MIକୁ ପରାସ୍ତ କଲା CSK

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଚଳିତ ଆଇପିଏଲ ସିଜିନରେ ବିଜୟ ଅଭିଯାନ ଆରମ୍ଭ କାଲ ଚେନ୍ନାଇ ସୁପର କିଙ୍ଗ୍ସ । ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୫ର ତୃତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଛି ସିଏସକେ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇକୁ ୧୫୬ ରନର ଲକ୍ଷ୍ୟ ଦେଇଥିଲା ମୁମ୍ବାଇ । ୬ ୱିକେଟ ହରାଇ ୧୯ ଓଭର ୧ଟି ବଲରେ ଟାର୍ଗେଟ ପୂରା କରି ବିଜୟୀ ହୋଇଛି ଚେନ୍ନାଇ । ଆଜି IPL 2025ର ତୃତୀୟ ମ୍ୟାଚ୍ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା । ଏଲଆଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚ୍‌ରେ ଖେଳି ନଥିଲେ । ତାଙ୍କ ସ୍ଥାନରେ, ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ୱ ନେଥିଲେ । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ସିଏସକେ କ୍ୟାପଟେନ ଋତୁରାଜ ଗାୟକୱାଡ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଇନିଂସ ଓପନିଂରେ ରୋହିତ ଶର୍ମା ଏବଂ ରିଆନ ରିକେଲଟନ ଆସିଥିଲେ । ଦଳକୁ ଆରମ୍ଭରୁ ହିଁ ଝଟକା ଲାଗିଥିଲା । ରୋହିତଙ୍କୁ ଖଲିଲ ଅହମ୍ମଦ ଜିରୋ ସ୍କୋରରେ ଆଉଟ କରିଥିଲେ । ପରେ, ରିକେଲଟନ ୧୩ ରନ କରି ଆଉଟ ହୋଇଥିଲେ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୨୯ ରନ ଓ ତିଳକ ବର୍ମା ୩୧ ରନ୍‌ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟ ହରାଇ ୧୫୫ ରନ୍ କରିଥିଲା । ଫଳରେ ଚେନ୍ନାଇ ଆଗରେ ବିଜୟର ଲକ୍ଷ୍ୟ ୧୫୬ ରହିଥିଲା । ଶେଷରେ ୬ ୱିକେଟ ହରାଇ ୧୯ ଓଭର ୧ଟି ବଲରେ ଟାର୍ଗେଟ ପୂରା କରି ବିଜୟୀ ହୋଇଛି ଚେନ୍ନାଇ ।

LEAVE A REPLY

Please enter your comment!
Please enter your name here