ଗଞ୍ଜାମ, ତାରାତାରିଣୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଜି ଚୈତ୍ର ମାସର ଦ୍ୱିତୀୟ ମଙ୍ଗଳବାର । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ମା’ ତାରାତାରିଣୀ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଚଳଚଞ୍ଚଳ ହୋଇ ଉଠିଛି ମାଆଙ୍କ ପୀଠ,ଭକ୍ତିମୟ ଓ ଆନନ୍ଦମୟ ପରିବେଶ ଭିତରେ ମାଆ ଆଜି ମହାଲକ୍ଷ୍ମୀ ରୁପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଦ୍ୱିତୀୟ ମଙ୍ଗଳବାରରେ ସକାଳୁ ସକାଳୁ ଭକ୍ତଙ୍କ ସମାଗମ ଆରମ୍ଭ ହୋଇସାରିଲାଣି।
ଶାନ୍ତିଶୃଙ୍ଖଳାର ସହିତ ଶ୍ରଦ୍ଧାଳୁ କିପର ମା’ଙ୍କୁ ଦର୍ଶନ କରି ପାରିବେ ସେ ନେଇ ମନ୍ଦିର ପ୍ରଶାସନ,ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ହଜାର ହାଜର ଭକ୍ତଙ୍କ ଭିଡ଼ ଲାଗିରହିଛି ମା’ ତାରାତାରିଣୀ ପୀଠରେ । ଏଥିପାଇଁ ମନ୍ଦିର କମିଟି ଓ ପ୍ରଶାସନ ପକ୍ଷରୁ ଭକ୍ତ ମାନଙ୍କ ଦର୍ଶନ ନିମନ୍ତେ ସମସ୍ତ ପ୍ରକାର ଉତ୍ତମ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି l