ଚୋରା ମଦ ବ୍ୟବସାୟକୁ ୱାର୍ଡ ବାସୀଙ୍କ ବିରୋଧ 

0

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ ସେ ଦେଶି ହୋଉ କି ବିଦେଶୀ ଚୋରା ମଦ ବ୍ୟବସାୟ ଦିନକୁ ଦିନ ବୃଦ୍ଧି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, କରଞ୍ଜିଆ ସହରର ବିଭିନ୍ନ ସ୍ଥାନରେ ଚୋରା ମଦ ବ୍ୟବସାୟକୁ ନେ଼ଇ ଆଜି ୬,୭ ଏବଂ ୮ ୱାର୍ଡ ବାସୀ କିଛି ପ୍ରତିବାଦ ସହିତ ଉତ୍ତେଜ୍ଜନା ଦେଖିବାକୁ ମିଳିଥିଲା । ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ରା ୧୦୦ ମିଟର ନିକଟରେ ଦୀର୍ଘ ମାସ ହେବ ବିଭିନ୍ନ ସ୍ଥାନରେ ଚୋରା ମଦ ବ୍ୟବସାୟ ଚାଲି ଆସିଛି । ଯାହାକୁ ନେଇ ଅଞ୍ଚଳ ର ପରିବେଶ ଉପରେ ପଡିଛି ସମ୍ପୂର୍ଣ୍ଣ କୁ ପ୍ରଭାବ।ଏହି ଚୋରା ମଦ କାରବାରକୁ ବିରୋଧ କରିଛନ୍ତି ୱାର୍ଡ ବାସୀ। ଆଜି ଦିବା ୧୧ଘଟିକା ସମୟରେ କରଞ୍ଜିଆ ଉପଖଣ୍ଡ ପୋଲିସ୍ ଅଧିକାରୀ ଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ମଦ ବିରୋଧ ରେ ବିଭିନ୍ନ ନାରା ଦେଈ ଉପଖଣ୍ଡ ପୋଲିସ୍ ଅଧିକାରୀ ନବକୃଷ୍ଣ ନାଏକ ଙ୍କୁ ଚୋରା ମଦ ବ୍ୟବସାୟ ସମ୍ପୂର୍ଣ ବନ୍ଦ କରିବା ପାଇଁ ଅଭିଯୋଗ କରିଥିଲେ। ଏବଂ ପରେ ସେଠାରୁ ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରେ ପହଞ୍ଚି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଚୋରା ମଦ ବ୍ୟବସାୟ ବନ୍ଦ କରିବା ପାଇଁ ଅଭିଯୋଗ କରିଥିଲେ। ଏବଂ ଆଗାମୀ ଦିନ ରେ ଏହି ଘଟଣା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନ ନେଲେ କରଞ୍ଜିଆ ଅବକାରୀ ଥାନା ଘେରାଉ କରିବା ସହିତ ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି ୱାର୍ଡ ବାସୀ। ତେବେ କରଞ୍ଜିଆ ଅବକାରୀ ଓଆଇସି ରଶ୍ମି ରଞ୍ଜନ ନାୟକ ୱାର୍ଡ ବାସୀ ଙ୍କୁ ବୁଝାସୂଜା କରିବା ସହିତ ପ୍ରତିଶ୍ରୁତି ଦେବା ପରେ ୱାର୍ଡ ବାସୀ ଆନ୍ଦୋଳନରୁ ଓହରି ଥିଲେ ।

LEAVE A REPLY

Please enter your comment!
Please enter your name here