ବିଜେଡିର ସାଙ୍ଗଠନିକ ବୈଠକ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ଅଧିନ ବୁଗୁଡ଼ା ସ୍ଥିତ ମାଳିଝୋଳା ମନ୍ଦିର ପ୍ରାଙ୍ଗଣରେ ବିଜେଡି ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ସାଙ୍ଗଠନିକ ବୈଠକ ରେ ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜେଡିର ସାଙ୍ଗଠନିକ ସ୍ଥିତି ଉପରେ ଆଲୋକପାତ କରି ବିଜେଡିକୁ ଅଧିକରୁ ଅଧିକ କିଭଳି ସଶକ୍ତ କରିହେବ ସେନେଇ ଆଲୋଚନା କରିଥିଲେ| ଏଥି ସହିତ ବିଜେପି ର ଦୁର୍ନୀତି ଓ ଅପାରଗତା କୁ ନେଇ ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ଅଭିଭାଷଣ ରେ ବର୍ଷିଥିଲେ ଲୋକଙ୍କ ସରକାର କହୁଥୁବା ବିଜେପି ସରକାର ର ଦୁର୍ନୀତି ଓ ଭ୍ରଷ୍ଟାଚାର ଦିନକୁ ଦିନ ବଢ଼ି ଚାଲିଛି |ନାରୀ ନିର୍ଯାତନା, ନିର୍ବାଚନ ମଣ୍ଡଳୀର ବିକାଶ ରେ ବାଧକ, ଧାନମଣ୍ଡି ରେ କଟନି ଛଟନି ର ବୃଦ୍ଧି ଆଦି ବହୁ ସମସ୍ୟା କୁ ନେଇ ବିଜେଡି ର ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଖଦାଳ ଖଟେଇ, ମୁକୁନ୍ଦ ନାୟକ, ପୂର୍ବତନ ବ୍ଲକ ଅଧକ୍ଷ କିଶୋର ଚନ୍ଦ୍ର ବେହେରା ସମେତ ବିଜେଡି ବରିଷ୍ଠ କର୍ମକର୍ତ୍ତା ମାନେ ବିଜେପି ବିରୋଧ ରେ ବର୍ଷିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ବୁଗୁଡ଼ା ବ୍ଲକ ଓ ଏନଏସି ର ବିଜେଡି ର କର୍ମକର୍ତ୍ତା ଓ ଶତାଧିକ କର୍ମୀମାନେ ସାମିଲ ହୋଇଥିଲେ| ଏହି ପରିପ୍ରେକ୍ଷୀରେ ବ୍ଲକ ଓ ଏନଏସି ର କର୍ମକର୍ତ୍ତା ଚୟନ କରାଯାଇଥିଲା |

LEAVE A REPLY

Please enter your comment!
Please enter your name here