ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ବୈଦ୍ୟନଥପୁର ଥାନା ପୁଲିସ କୁ ମିଳିଛି ବଡ଼ ସଫଳତା। ମହିଳା ଲୁଟେରା ଗ୍ୟାଙ୍ଗ ଠାବ କରିବାରେ ସଫଳ ହୋଇଛି ପୋଲିସ। ଅଭିନବ ଉପାୟରେ କରୁଥିଲେ ସୁନା ଅଳଙ୍କାର ଲୁଟ, ପରବର୍ତ୍ତୀ ସମୟରେ ହେଉଥିଲେ ଫେରାର। ଏହା କୌଣସି ଯୁବକ କିମ୍ବା ବ୍ୟକ୍ତି ବିଶେଷ ନୁହନ୍ତି ଏପରି ଘଟଣା ଘଟାଉଥିଲେ କିଛି ମହିଳା । ଏହା ତାଜୁବ ଲାଗୁଥିଲେ ମଧ୍ୟ ଯେପରି ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲେ, ପୁଲିସ ମଧ୍ୟ ବହୁ ଚେଷ୍ଟା ପରେ ଏହି ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି।ଲୁଟେରା ଗ୍ୟାଙ୍ଗର ପ୍ରଥମ ଟାର୍ଗେଟରେ ରହୁଥିଲେ ମନ୍ଦିରକୁ ଅତ୍ୟଧିକ ଅଳଙ୍କାର ପରିଧାନ କରି ଆସୁଥିବା ଶ୍ରଦ୍ଧାଳୁ। ଠିକ୍ ଏପରି ଏକ ଅଭିଯୋଗ ବୈଦ୍ୟନାଥପୁର ଥାନାରେ ହୋଇଥିଲା। ଅଭିଯୋଗ କାରୀ ହେଉଛନ୍ତି ଗଜପତି ନଗର ୧୧ଲାଇନ ବାସିନ୍ଦା ବଂଶୀଧର ବକ୍ସି। ଗତ ଫେବୃଆରୀ ୦୮ ତାରିଖ ଦିନ ଭୋର ସମୟରେ କୋର୍ଟପେଟା ଜଗନ୍ନାଥ ମନ୍ଦିର କୁ ଯାଇଥିବା ବେଳେ ତାଙ୍କର ଅଳଙ୍କାର କେହି ଦୁବୃର୍ତ୍ତ ବେକରୁ ଝାମ୍ପି ନେଇଥିବା ଅଭିଯୋଗ କରିଥିଲେ ।
ଘଟଣାକୁ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା,ଏପରିକି ଏଥିରେ ୬ଜଣ ମହିଳା ଜଣେ ପୁରୁଷକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ କଟକ ସଦର ପୋଲିସ ଥାନା ଅଞ୍ଚଳର ବିଜୟ ଜେନା, କଟକ ମାଲଗଦାମ ଅଞ୍ଚଳର ନାଗୁ ବେହେରା,କଟକ ମଧୁ ପାଟଣା ଅଞ୍ଚଳର ଏସ. ପୁଷ୍ପା, ଭଦ୍ରକ ଅଞ୍ଚର ବାସନ୍ତୀ ରାଓ, ବାଲେଶ୍ୱର ଅଞ୍ଚଳର ମିନା ରାଓ, ତାମିଲ ନାଡୁ, ତ୍ରିରୁ ଭାଲେର ଜିଲ୍ଲାର ହେଚ. ପୁଷ୍ପା, ଭଦ୍ରକ ଅଞ୍ଚଳର ସବିତା ସାହୁ। ତେବେ ସମସ୍ତ ଅଭିଯୁକ୍ତ ସହର ବାହାର ଅଞ୍ଚଳ ର ବୋଲି ଜଣାପଡିଛି l