କାହାର ବି କଟିବନି ରାସନ୍ କାର୍ଡ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ସମସ୍ତ ରାସନ୍ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ଖୋଦ୍ ଯୋଗାଣ ମନ୍ତ୍ରୀ କହିଛନ୍ତି, କାହାର ବି କଟିବନି ରାସନ୍ କାର୍ଡ । ଗାଁ ମାନଙ୍କରେ ମାସକୁ ୧୦ ହଜାର ଆଉ ସହରରେ ମାସକୁ ୧୫ ହଜାର ଟଙ୍କା ଆୟ କରୁଥିଲେ ରାସନ୍ କାର୍ଡ କଟିଯିବ ବୋଲି ଯେଉଁ ଚର୍ଚ୍ଚା ହେଉଛି, ସେମିତି କିଛି ବି ହେବନି ବୋଲି କହିଛନ୍ତି ମନ୍ତ୍ରୀ । ଗୁରୁବାର ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ନେଇ ଆଲୋଚନା ହୋଇଥିଲା । ଏହି ସମୟରେ ବିଜେଡି ବିଧାୟକମାନେ କହିଥିଲେ, ରାଜ୍ୟରେ ଜଣେ ଶ୍ରମିକ ଦିନକୁ ୫୦୦ ଟଙ୍କାରୁ ଅଧିକ ରୋଜଗାର କରୁଛି । ଏମିତି ହେଲେ, ଜଣେ ଶ୍ରମିକର ମାସିକ ମଜୁରି ହିସାବ କଲେ, ସବୁ ରାସନ୍ କାର୍ଡ କଟିଯିବ । ଯାହାର ଉତ୍ତର ଦେଇଥିଲେ ମନ୍ତ୍ରୀ । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି, ଆମେ କାହାର ରାସନ୍ କାର୍ଡ କାଟିବୁନି । ୧୦ ହଜାର ଓ ୧୫ ହଜାର ମାସିକ ଆୟ କଥା କେନ୍ଦ୍ର ଗାଇଡ୍‌ଲାଇନ୍‌ରେ ଅଛି । ହେଲେ କାହାର ବି ରାସନ୍ କାର୍ଡ କଟିବନି ବୋଲି ମନ୍ତ୍ରୀ କହିଥିଲେ ।

 

ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର ଆହୁରି ବି କହିଛନ୍ତି, ବହୁତ ଇଞ୍ଜିନିୟର, ଡାକ୍ତର, ଭଲ ଚାକିରି କରିଥିବା ଲୋକ ବିଜେଡି ସରକାର ଅମଳରେ ରାସନ୍ କାର୍ଡ ହାତେଇ ନେଇଥିଲେ। ତେଣୁ ଅଯୋଗ୍ୟ ଯେପରି କାର୍ଡ ଫେରାଇବେ ସେଥିପାଇଁ ଆମେ ଏମିତି କହିଥିଲୁ । ଏମିତି କହିବା ଦ୍ୱାରା ଅଯୋଗ୍ୟଙ୍କ ମନରେ ଭୟ ସୃଷ୍ଟି ହେଇଥିଲା । ଯାହାଦ୍ୱାରା ଅନେକ ଲୋକ କାର୍ଡ ଫେରାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ଯିଏ ଭଲ ରୋଜଗାର କରୁଥିବେ, କୋଠାବାଡ଼ି, କାର୍‌ ଥିବ ସେମାନେ ମଧ୍ୟ ରାସନ୍ କାର୍ଡ ଫେରାଇବେ ବୋଲି ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here