ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ସ୍ଥାନୀୟ ହିଲପାଟନା ଠାରେ ଥିବା ଅତିରିକ୍ତ ସମବାୟ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମୌଳାଭଞ୍ଜା ଗ୍ରାମବାସୀ ବାସିନ୍ଦା । ଉକ୍ତ ଗ୍ରାମରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ସମ୍ପାଦକ ନଥିବା କାରଣରୁ ଚାଷୀ ନାନା ହଇରାଣ ହରକତ ହେଉଛନ୍ତି। ବର୍ତ୍ତମାନ ଧାନମଣ୍ଡି ଖୋଲିବା ସମୟ ଆସିଲାଣି। ସେପଟେ ଚାଷୀ ଧାନ ଅମଳ କରି ନିଜ ଘରକୁ କିଛି ଦିନ ମଧ୍ୟରେ ଆଣିବ। ତେବେ ସମ୍ପାଦକ ନଥିବାରୁ ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଯାହା ଫଳରେ ସଂପାଦକଙ୍କ ଉପରେ ଲାଗିଥିବା ନିଲମ୍ବନ କୁ ପ୍ରତ୍ୟାହୃତ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ଓ ପ୍ରାଥମିକ ସେବା ସମବାୟ ସମିତିର ପରିଚାଳନା କମିଟି। ଏ ନେଇ ଶୁକ୍ରବାର ହିଲ ପାଟଣା ଠାରେ ଥିବା ସହକାରୀ ନିବନ୍ଧକ ସମବାୟ ଙ୍କ କାର୍ଯ୍ୟାଳୟ କୁ ପେକ୍ସ ସଭାପତି ନରସିଂହ ପାତ୍ର ଙ୍କ ନେତୃତ୍ୱରେ ଆସିଥିଲେ। ସେଠାରେ ସେମାନେ ବିଗତ ୨୭ ତାରିଖରେ ସାଧାରଣ ପରିଷଦ ରେ ପାରିତ ହୋଇଥିବା ନିଷ୍ପତି ପ୍ରକାରେ ସଂପାଦକଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ଅନ୍ୟପଟେ ପରିଚାଳନା କମିଟିର ବିନା ଜାଣତରେ ବିଭିନ୍ନ ମିଶନ ଶକ୍ତି ଗ୍ରୁପ୍ କୁ ଯେଉଁ ମଣ୍ଡି ଦାୟିତ୍ଵ ପ୍ରଦାନ ପାଇଁ ଯୋଜନା ଚାଲିଛି ତାହାକୁ ବନ୍ଦ କରିବାକୁ ଦାବି କରିଛନ୍ତି। ଯଦି ଦାବି ଖୁବଶିଘ୍ର ପୂରଣ ନ ହୁଏ ତେବେ ଆଗାମୀ ଦିନରେ ଉକ୍ତ ଅଞ୍ଚଳର ଚାଷୀମାନେ ବୃହତ୍ ଆନ୍ଦୋଳନ କରିବେ ବୋଲି ସ୍ଥାନୀୟ ସମିତି ସଭ୍ୟ ଓ ପରିଚାଳନା କମିଟି ସଭାପତି ଚେତାବନୀ ଦେଇଛନ୍ତି। ଏହି ସମୟରେ ସମିତିସଭ୍ୟ ଶରତ ଚନ୍ଦ୍ର ସ୍ୱାଇଁ, ଅରକ୍ଷିତ ପାତ୍ର, ହୃଦୟା ନନ୍ଦ ବିଷୋୟୀ, ବାଇନାଥ ନାୟକ, ଗୋପାଳ କୃଷ୍ଣ ପାଣିଗ୍ରାହୀ ଙ୍କ ସମେତ ବହୁ ଚାଷୀ ଓ ପରିଚାଳନା ନିର୍ଦ୍ଦେଶକ ଏଥିରେ ସାମିଲ ଥିଲେ।