ମୋହନା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- – ରାସ୍ତା ନିର୍ମାଣ କାମର ଫାଇନାଲ ବିଲ ପାଇଁ ଲାଞ୍ଚ ମାଗୁଛନ୍ତି ନିର୍ବାହୀ ଯନ୍ତ୍ରୀ l ଲାଞ୍ଚ ନଦେଲେ ବିଲ କରୁନାହାନ୍ତି l ଓଲଟା ଠିକାଦାର ଙ୍କୁ ଅଫିସ ଭିତରେ ନିର୍ବାହୀ ଯନ୍ତ୍ରୀ ଧମକାଇବା ସହ ମାରପିଟ କରିଥିବା ମଧ୍ୟ ଅଭିଯୋଗ ହେଉଛି l ଏଭଳି ଅଭିଯୋଗ କରିଛନ୍ତି କୁଶ ଗୌଡ଼ ନାମକ ଜଣେ ଠିକାଦାର l ଗୋଟିଏ କାମରେ ଫାଇନାଲ ବିଲ କରିବାକୁ କହିବାରୁ ତାଙ୍କୁ ଗଜପତି ଜିଲ୍ଲା ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଉମାଶଙ୍କର ମଲ୍ଲିକ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଲେ l ଏହାର ପ୍ରତିବାଦ କରିବାରୁ ନିର୍ବାହୀ ଯନ୍ତ୍ରୀ ତାଙ୍କୁ ଅଫିସ ଭିତରେ ଧମକାଇବା ସହ ମାଡ଼ ମାରି ବାହାରକୁ ଠେଲି ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ଠିକାଦାର l ଏହାପରେ ସେ ପୁଣି ଅଫିସ ଭିତରକୁ ଯିବା ପାଇଁ ଚେଷ୍ଟା କଲେ ମଧ୍ୟ ତାଙ୍କୁ ଭିତରକୁ ଯିବାକୁ ତାଗିଦ କରିଥିଲେ l ସୂଚନା ପ୍ରକାରେ ଠିକାଦାର କୁଶ ଗୌଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୯ ଲକ୍ଷ ଟଙ୍କାର ଏକ ରାସ୍ତା କାମ କରିଥିଲେ l କାମ ପରେ ପ୍ରଥମ କିସ୍ତିରେ ତାଙ୍କୁ ୫ ଲକ୍ଷ ଟଙ୍କା ମିଳିଥିଲା l କାମ ସମ୍ପୂର୍ଣ୍ଣ ହେବା ପରେ ଆଉ ୪ ଲକ୍ଷ ଟଙ୍କାର ଫାଇନାଲ ବିଲ କରିବାକୁ ନିର୍ବାହୀ ଯନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ ଠିକାଦାର l ହେଲେ ବିଲ କରିବା ପାଇଁ ପ୍ରଥମେ ୨ ଲକ୍ଷ ଟଙ୍କାର ଡିପୋଜିଟ କରିବାକୁ କହିଥିଲେ ନିର୍ବାହୀ ଯନ୍ତ୍ରୀ l ଡିପୋଜିଟ ବଣ୍ଡ ଦେଖିଲେ ଫାଇନାଲ ବିଲ କରିବି ବୋଲି କହିଥିଲେ l ନିର୍ବାହୀ ଯନ୍ତ୍ରୀ ଙ୍କ କହିବା ପରେ ଠିକାଦାର ଜଣକ ୨ ଲକ୍ଷ ଟଙ୍କା ଡିପୋଜିଟ କରି ସୋମବାର ବଣ୍ଡ ଦେଖାଇଥିଲେ l ଏହାପରେ ପୁଣି ୨ ଲକ୍ଷ ଟଙ୍କା ଦେଲେ ବିଲ କରିବି ବୋଲି ନିର୍ବାହୀ ଯନ୍ତ୍ରୀ ଠିକାଦାର ଙ୍କୁ କହିଲେ l ଏହାକୁ ନେଇ ଠିକାଦାର ଜଣକ ପ୍ରତିବାଦ କରିବାରୁ ତାଙ୍କୁ ନିର୍ବାହୀ ଯନ୍ତ୍ରୀ ଅଫିସ ଭିତରେ ଧମକ ଦେବା ସହ ମାଡ଼ ମାରି ବାହାରକୁ ଠେଲି ଦେଇଥିଲେ ବୋଲି ଠିକାଦାର ଜଣକ ଅଭିଯୋଗ କରିଛନ୍ତି l ଏନେଇ ନିର୍ବାହୀ ଯନ୍ତ୍ରୀଙ୍କ କୌଣସି ପ୍ରତିକ୍ରିୟା ମିଳିନି l