ଆଜିଠୁ ଆରମ୍ଭ ବ୍ରହ୍ମପୁର ମା’ବୁଢ଼ୀ ଠାକୁରାଣୀ ଯାତ୍ରା

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଜିଠାରୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଦୁଇ ବର୍ଷକୁ ଥରେ ମା’ ବାପଘରକୁ ଆସୁଥିବାରୁ ଉତ୍ସାହିତ ବ୍ରହ୍ମପୁରବାସୀ । ପ୍ରାୟ ଏକ ମାସ ଧରି ମା’ ବାପ ଘରେ ରହି ପୂଜା ପାଇବେ। ଏଥିପାଇଁ ବଡ଼ବଜାରର ଦେଶୀ ବେହେରା ସାହି ଚଳଚଞ୍ଚଳ। ଆଜି ମା’ଙ୍କୁ ଡାକରା କରିବେ ବାପା ଦେଶୀ ବେହେରା । ମା’ଙ୍କ ଆଗମନ ନେଇ ଦେଶୀ ବେହେରାଙ୍କ ଘର ସମ୍ମୁଖରେ ତିଆରି ହୋଇଛି ଅସ୍ଥାୟୀ ପୀଠ। ୨୬ ଦିନ ଧରି ଆୟୋଜିତ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗି ରହିବ। ପରମ୍ପରା ଅନୁସାରେ ପ୍ରତି ଦୁଇ ବର୍ଷରେ ଥରେ ହୋଇଥାଏ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଦୁଇବର୍ଷରେ ଥରେ ମାଆଙ୍କ ଏହି ଯାତ୍ରାକୁ ନେଇ ସତେ ଯେପରି ଅପେକ୍ଷା କରି ରହିଛନ୍ତି ସହରବାସୀ।

କିଭଳି ଯାତ୍ରା ସୁରୁଖୁରୁରେ ହେବ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ସ୍ଥାନୀୟ ବ୍ୟବସାୟୀ । ତତ ସହିତ ଯାତ୍ରା ସମୟରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯିବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ପାଣି, ଆଲୋକର ବ୍ୟବସ୍ଥା କରାଯିବା ସହ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛନ୍ତି।

LEAVE A REPLY

Please enter your comment!
Please enter your name here