ପୁଣି ଧରାଶାୟୀ ବେଙ୍ଗୁଲୁରୁ ଦଳ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଜୋସ୍ ବଟଲରଙ୍କ ଧୂଆଁଧାର୍ ସଟ୍ ଆଗରେ ପୁଣି ଧରାଶାୟୀ ବେଙ୍ଗୁଳୁରୁ ଦଳ। ଘରୋଇ ପିଚ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ମାତ୍ ଦେଲା ଗୁଜୁରାଟ ଟାଇଟାନ୍ସ (ଜିଟି)। ବୁଧବାର ଖେଳାଯାଇଥିବା ମ୍ୟାଚ୍ ରେ ଗୁଜୁରାଟ ଉଭୟ ବୋଲିଂ ଓ ବ୍ୟାଟିଂରେ ପ୍ରଭାବଶାଳୀ ପ୍ରଦର୍ଶନ କରି ମ୍ୟାଚ୍ କୁ ୮ ୱିକେଟରେ ଜିତି ନେଇଛି। ବଟଲରଙ୍କ ମାତ୍ର ୩୯ ବଲ୍ ରେ ୫ଟି ଚୌକା ଓ ୬ ଟି ଛକ୍କା ସହାୟତାରେ ଅପରାଜିତ ୭୩ରନ୍ ଗୁଜରାଟକୁ ଏକ ସହଜ ବିଜୟ ଦେଇଛି। ଦଳ ୧୭. ୫ ଓଭରରେ ମାତ୍ର ୨ ୱିକେଟ ହରାଇ ୧୭୦ ରନ୍ ର ବିଜୟ ଲକ୍ଷକୁ ହାସଲ କରିନେଇଛି।

ଗୁଜରାଟ ପକ୍ଷରୁ ସାଇ ସୁଦର୍ଶନ ୪୯ ଓ ସେରଫାନେ ରଦରଫୋର୍ଡ ଅପରାଜିତ ୩୦ ରନ୍ କରିଛନ୍ତି। ଅଧିନାୟକ ଶୁବମନ ଗିଲ୍ ମାତ୍ର ୧୪ ରନ୍ କରି ପେଭଲିୟନ ଫେରିବା ପରେ ଇନିଂସ ସମ୍ଭାଳିଥିଲେ ସାଇ ସୁଦର୍ଶନ ଓ ଜୋସ୍ ବଟଲର। ଆରସିବି ପକ୍ଷରୁ ଭୁବନେଶ୍ବର କୁମାର ଓ ସରଫାନେ ରଦରଫୋର୍ଡ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

LEAVE A REPLY

Please enter your comment!
Please enter your name here