ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ସଂଘବଦ୍ଧ ଆକ୍ରମଣ, ୩ ଗିରଫ

0

ଗାଙ୍ଗପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ମକରାପଲ୍ଲୀ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି, ଧାରୁଆ ଅସ୍ତ୍ରରେ ଯୁବକକୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ । ଏହି ଘଟଣାରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଆକ୍ରମଣରେ ଗୁରୁତର ଆହତ ଯୁବକ, ବୁଲୁ ନାଇକକୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ପ୍ରାଥମିକ ଚିକିସ୍ଛା ପରେ, ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲ୍ ସ୍ଥାନାନ୍ତର କରାଯାଇଛି ।

ଏହି ଘଟଣାରେ ଆହତଙ୍କ ଭଉଣୀ ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ ପରେ, ତଦନ୍ତ କରି ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ପରେ, କୋର୍ଟ ଚାଲାଣ କରିଛି ପୋଲିସ ।

 

LEAVE A REPLY

Please enter your comment!
Please enter your name here