ଅନ୍ଧାରରେ କାଳ କାଟୁଛନ୍ତି ଆଦିବାସୀ l

0

( ବିପ୍ଲବୀ ପରିକ୍ରମା ବ୍ୟୁରୋ ):-  ସ୍ୱାଧୀନତାର ଅନେକ ବର୍ଷ ବିତିଯାଇଥିଲେବି ଗାଁରେ ନାହିଁ ବିଦ୍ୟୁତ ସେବା l ଯାହାଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧା ଭୋଗିବା ସହ ପାଠ ପଢ଼ାରେ ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ l ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଅନଘା ପଞ୍ଚାୟତ କୃପାସିଂ ଗାଁରେ ଦେଖିବାକୁ ମିଳିଛି ଏଭଳି ଅବସ୍ଥା l ଗାଁରେ ପ୍ରାୟ 8 ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ଏଠାରେ ଅପହଞ୍ଚ ବିଜୁଳି ସେବା l ଘର ପାଖରେ ହିଁ ଘଞ୍ଚ ଜଙ୍ଗଲ ସାଙ୍ଗକୁ ବିସ୍ତିର୍ଣ୍ଣ ପାହାଡ଼ l ସଞ୍ଜ ହେଲେ ଶୁଭେ ଏଠି ଜଙ୍ଗଲୀ ପଶୁଙ୍କ ଭୟଙ୍କର ରଡି l ତଥାପି ଭାଗ୍ୟକୁ ଆଦରି ନିଜ ଭିଟା ମାଟିକୁ ନ ଛାଡି ଅତି ଦୟନୀୟ ଅବସ୍ଥାରେ ପଡିରହିଛନ୍ତି ଏଠାକାର ଆଦିବାସୀ l ସକାଳ ହେଲେ ସୂର୍ଯ୍ୟଙ୍କ କିରଣ ଏମାନଙ୍କ ସାହା ଭରସା ହେଉଥିବା ବେଳେ ସଞ୍ଜ ନଇଲେ କଥା ସରିଲା, ନିଜେ ନିଜ ମୁହଁକୁ ଦେଖି ପାରନ୍ତିନି ଏମାନେ l କିଛି ପରିବାର ନିଜ ଖର୍ଚରେ ସୋଲାର ଲାଇଟ ବ୍ୟବହାର କରୁଥିବା ବେଳେ ଆଉ କିଛି ପରିବାର ଟର୍ଚ୍ଚ ଲାଇଟ ବ୍ୟବହାର କରି ଚଳନ୍ତି l ସବୁଠାରୁ ବଡ଼ ସମସ୍ୟା ହେଲା ଏହି ଅଞ୍ଚଳରେ ବିଦ୍ୟୁତ ସେବା ନଥିବା ହେତୁ ଆଜି ବି ଏଠାରେ କ୍ୟାଣ୍ଡେଲ ଲଗେଇ ପାଠ ପଢୁଛନ୍ତି କୁନି କୁନି ଛାତ୍ର ଛାତ୍ରୀ l ବିଦ୍ୟୁତ ସମସ୍ୟା ନେଇ ବାରାମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଧର୍ମକୁ ଆଖିଠାର ଦେଲା ଭଳି ଗାଁ ମୁଖ୍ୟ ରାସ୍ତାରେ ଦୁଇଟି ବିଦ୍ୟୁତ ପୋଲ ରଖାଯାଇଛି l ଆଜିଯାଏଁ ଏହି ଗାଁରେ ବିଦ୍ୟୁତ ଖୁଣ୍ଟ ପୋତାଯାଇନି କି ବିଦ୍ୟୁତ ମଧ୍ୟ ସଂଯୋଗ କରାଯାଇନଥିବା ଅଭିଯୋଗ ହୋଇଛି l ସେପଟେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଅତି ଶୀଘ୍ର ସେ ଅଞ୍ଚଳରେ ବିଦ୍ୟୁତ ସେବା ଯୋଗାଇ ଦିଆଯିବ l ତେବେ ଉପରିସ୍ଥ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ନ ଥିବାବେଳେ ଦେଖିବାକୁ ବାକି ରହିଲା କେବେ ହେଉଛି କୃପାସିଂ ଗ୍ରାମକୁ ବିଦ୍ୟୁତ ସଂଯୋଗ ଆଉ କେବେ ପାଠ ପଢିବେ ବିଦ୍ୟୁତ ଆଲୋକରେ ଛାତ୍ର ଛାତ୍ରୀ l

LEAVE A REPLY

Please enter your comment!
Please enter your name here