ଗଞ୍ଜାମ, ଗାଙ୍ଗପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ, ବିଞ୍ଚଣା – ବଡବୋରସିଙ୍ଗି ରାସ୍ତାର କାଜୁ ଜଙ୍ଗଲରୁ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ବଡବୋରସିଙ୍ଗି ଗ୍ରାମର ଦୀପକ୍ ଭୋଳ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି, ଭଂଜନଗର ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇଥିଲା । ମୃତକ ଜଣକ ସୁରତରେ ରହୁଥିବା ବେଳେ, ଗତ କିଛି ଦିନ ହେଲା ନିଜ ଗାଁକୁ ଆସିଥିଲେ । ତେବେ କେଉଁ କାରଣରୁ ଦୀପକ ର ମୃତ୍ୟୁ ହେଲା, ଏବଂ ଆତ୍ମହତ୍ୟା କରିଥିବା ସନ୍ଦେହ ସୃଷ୍ଟି ହୋଇଛି, ତାହା ବ୍ୟବଛେଦ ରିପୋର୍ଟ ଏବଂ ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ହେବ ବୋଲି କୁହାଯାଇଛି ।