ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଟାଙ୍ଗରା ଭୂଇଁ ବୋଲି ଦିନେ ଜମି ପଡୁଥିଲା ପଡ଼ିଆ l ହେଲେ ଏବେ ସେଇ ଜମି ଚାଷୀ କୁ ଦେଇଛି ପରିଚୟ ଏବଂ କରିଛି ଲାଭବାନ ସଂଚାର ହୋଇଛି ନୂଆ ଆଶା l ଉଦ୍ୟାନ ବିଭାଗ ର ସହାୟତା ରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ରୋହେନପଦର ଗାଁରେ ହୋଇଛି ଷ୍ଟ୍ରବେରୀ ଏବଂ ଗେଣ୍ଡୁ ଫୁଲ ଚାଷ l ଅଞ୍ଚଳ ରେ ପ୍ରଥମ କରି ପରୀକ୍ଷା ମୂଳକ ଭାବରେ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ବିକ୍ରି କରି ବେଶ ଲାଭବାନ ହୋଇଛନ୍ତି ଚାଷୀ । ଗେଣ୍ଡୁ ଫୁଲ ର ଚାହିଦା ଅଧିକ ଥିବାରୁ ଜମି ରୁ ବିକ୍ରି ହେଉଛି ଫୁଲ l ଅପରପକ୍ଷେ ଗାଁର ଦାଦନ ଯାଉଥିବା ଶ୍ରମିକ ଙ୍କୁ ମଧ୍ୟ କାମ ଯୋଗାଇବା ରେ ସହାୟତା ହୋଇଛି ଏହି ଚାଷ । ନୂଆପଡ଼ା ଖଡ଼ିଆଳ ରୁ ଦେଖିବା ଏହି ରିପୋର୍ଟ l
ଉଦ୍ୟାନ ବିଭାଗ କଲା ସହାୟତା, ଚାଷୀ କଲେ ନୁଆ ଚାଷ l ଟାଙ୍ଗରା ଭୂଇଁରେ ଲାଲ ଟହଟହ ଷ୍ଟ୍ରବେରୀ ଏବଂ ଗେଣ୍ଡୁ ଫୁଲ ଚାଷ l ଜମି ଯାଉନି ପଡ଼ିଆ, ଦାଦନ ପାଇଲେ କାମ l ଏ ହେଉଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ରୋହେନପଦର ଗାଁରେ ହୋଇଥିବା ଷ୍ଟ୍ରବେରୀ ଏବଂ ଗେଣ୍ଡୁଫୁଲ ଚାଷ ର ଦୃଶ୍ୟ l ଗାଁ ର ଉଚ୍ଚ ଶିକ୍ଷିତ ଯୁବକ ଉପେନ୍ଦ୍ର ମାଝୀ ପ୍ରଥମ କରି ଖଡ଼ିଆଳ ଅଞ୍ଚଳ ରେ ଷ୍ଟ୍ରବେରୀ ଚାଷ ପାଇଁ ମନବଳାଇଥିଲେ l ଆଉ ଖଡ଼ିଆଳ ଉଦ୍ୟାନ ବିଭାଗ ର ସହାୟତା ଏବଂ ପରାମର୍ଶ ରେ ନିଜର ପଡ଼ିଆ ଯାଉଥିବା ଟାଙ୍ଗରା ଭୂଇଁ ରେ 2024 ନଭେମ୍ବର ରେ ଷ୍ଟ୍ରବେରୀ ଚାଷ ଆରମ୍ଭ କରି ଏବେ ଜମି ରେ ପେନ୍ଥା ପେନ୍ଥା ଷ୍ଟ୍ରବେରୀ ଫଳାଇଛନ୍ତି l ପାଖ ପାଖି ଲକ୍ଷେ ଟଙ୍କା ଆୟ କରିଥିବା ବେଳେ ଗାଁର ଦାଦନ ଯାଉଥିବା ଲୋକଙ୍କୁ ନିଜ ଜମିରେ କାମ ଯୋଗାଇପାରିଥିବା ଚାଷୀ କହିଛନ୍ତି ।
ଏହି ଦୃଶ୍ୟ ସେହି ରୋହେନପଦର ଗାଁର କାନ୍ତି ମାଝୀ ଙ୍କ ଗେଣ୍ଡୁ ଫୁଲ ଚାଷ ର ଦୃଶ୍ୟ l ଏକ ହେକ୍ଟର ଜମିରେ ଗେଣ୍ଡୁ ଫୁଲ ଚାଷ ହୋଇଛି l ପ୍ରଥମ କରି ହୋଇଥିବା ଚାଷ ଭଲ ଫୁଲ ଧରିଛି l ଲୋକେ ସିଧା ସଳଖ ଜମି କୁ ଆସି ଗେଣ୍ଡୁ ଫୁଲ କିଣି ନେଉଛନ୍ତି l ଆଉ ଚାଷୀ ବେଶ ଲାଭବାନ ହେଉଥିବା କହିଛନ୍ତି l ଖଡ଼ିଆଳ ଉଦ୍ୟାନ ବିଭାଗ ଦ୍ୱାରା ଏକ ଏକର ପାଇଁ ଜଳସେଚନ ସହାୟତା ସହ 5500 ଷ୍ଟ୍ରବେରୀ ଚାରା ଏବଂ ଦଶ ହଜାର ଗେଣ୍ଡୁ ଚାରା ଯୋଗାଈ ଦିଆଯାଇଥିଲା l ଚଳିତ ବର୍ଷ ପ୍ରଥମ କରି ଖଡ଼ିଆଳ ଅଞ୍ଚଳ ରେ ଷ୍ଟ୍ରବେରୀ ହୋଇଥିବା ସହ ଚାଷୀଙ୍କୁ ବିଭିନ୍ନ ସହାୟତା ଦିଆଯାଇଛି ବୋଲି ଖଡ଼ିଆଳ ସହକାରୀ ଉଦ୍ୟାନ ଅଧିକାରୀ ମୋହିତ କୁମାର ନାଏକ କହିଛନ୍ତି l
ଖଡିଆଳ ବ୍ଲକ ରୋହେନପଦର ଗାଁ ର ଯୁବ ଶିକ୍ଷିତ ଯୁବକ ଷ୍ଟବେରୀ ଚାଷ କୁ ପରୀକ୍ଷା ମୂଳକ ଭାବରେ ଆପଣେଇ ସଫଳ ହୋଇଥିବା ରୁ ଆଗାମୀ ଦିନରେ ଏହି ଚାଷ ହିଁ ସ୍ବାବଲମ୍ବୀ କରିବ ଓ ନିଶ୍ଚିତ ମୁଁ ବଞ୍ଚିବା ସହ ଅଞ୍ଚଳ ର ଅନେକ ଶ୍ରମିକ ଲାଭବାନ ହୋଇ ପାରିବେ ଏଥିର ସନ୍ଦେହ ନାହିଁ ।