ଦିଲ୍ଲୀ ରୁ ପୁଞ୍ଜିନିବେଶ ଆଣିଲେ ମୁଖ୍ୟମନ୍ତ୍ରୀ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ବର ଫେରିଛନ୍ତି । ଏହି ୩ ଦିନିଆ ଗସ୍ତବେଳେ ସେ ନିବେଶକଙ୍କ ସମ୍ମିଳନୀରେ ସାମିଲ ହୋଇଥିଲେ । ଓଡିଶାକୁ ପୁଞ୍ଜିନିବେଶ ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଭିଡ ଲାଗିଥିଲା । ବିମାନ ବନ୍ଦରରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଗସ୍ତ ଅବସରରେ ୧୩ଟି ଏମ୍‌.ଓ.ୟୁ ସ୍ୱାକ୍ଷରିତ, ୧୫ଟି ନିବେଶ ପ୍ରସ୍ତାବ ରାଜ୍ୟକୁ ଆସିଛି । ସମୁଦାୟ ୧ ଲକ୍ଷ ୩ହଜାର ୯୦କୋଟି ଟଙ୍କାର ପୁଞ୍ଜିନିବେଶ ସହ ରାଜ୍ୟରେ ୯୫ ହଜାର ୯୧୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଦିଲ୍ଲୀ ଗସ୍ତ ଅବସରରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here