ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବଜ୍ରାଘାତରେ ଗାଈ ଜଗୁଆଳଙ୍କ ମୃତ୍ୟୁ ହୋଇଛି । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ନେଟେଙ୍ଗା ପଞ୍ଚାୟତର ରତ୍ନପୁର ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତ ଯୁବକ ଜଣକ ସେହି ଗ୍ରାମର ରବିନ୍ଦ୍ର ନାଥ ଗୌଡ଼ ।
ଗାଁ ନିକଟରେ ଗାଈ ଚରାଉଥିବା ବେଳେ ବଜ୍ରାଘାତ ହୋଇଥିଲା । ଘଟଣା ସ୍ଥଳରୁ ଗାଁ ଲୋକ ରବିନ୍ଦ୍ରଙ୍କୁ ଉଧାର କରି ଭଂଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।