ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):: ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଂଗୀତ ସଂସଦର ୪୫ତମ ଭକ୍ତି ସଙ୍ଗୀତ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଦେବୀ ମଠ ମହନ୍ତ ରାମାନନ୍ଦ ଦାସ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ,ଗଜପତି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା,ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ, ଉପସଭାପତି ପ୍ରଦୀପ ନାଏକ, ଉପଦେଷ୍ଟା ତୀର୍ଥବାସୀ ପଣ୍ଡା ମଂଚାସୀନ ଥିଲେ। ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଭରତ ଭୂଷଣ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂପାଦକ ପୂର୍ଣ୍ଣଚନ୍ଦ୍ର ରଥ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ବିଧାୟକଙ୍କ ଦ୍ୱାରା ପୁରସ୍କାର ସହ ମାନପତ୍ର ମାଧ୍ୟମରେ ଶିକ୍ଷକ ମନୋଜ କୁମାର ପଣ୍ଡା, ତ୍ରୀପତି ପ୍ରସାଦ ପଣ୍ଡା ବିଶିଷ୍ଟ ସଂଗୀତ ନିର୍ଦ୍ଧେଶକ କୈଳାସ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା ।
ସାର୍ଥକ ମୁଜିକର ବିଶିଷ୍ଠ ସଙ୍ଗୀତଙ୍ଗ୍ୟ ପ୍ରଶାନ୍ତ ପାଢୀ ଓ ତାଙ୍କ ଟିମ ଉପସ୍ଥିତ ରହି ମଞ୍ଚସଂତ ପରିବେଷଣ କରିଥିବା ବେଳେ ବୀଭିନ୍ନ ଅନୁଷ୍ଠାନର କଳାକାର ମାନଙ୍କ ଦ୍ଵାରା ନୃତ୍ୟ ଓ ସଙ୍ଗୀତ ଦୀର୍ଘ ସମୟ ଧରି ପରିବେଷଣ କରଯାଇଥିଲା | ସୂଚନା ଥାଉକି ୧୯୮୧ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ବର୍ଷ ଧରି ଅନେକ କଳାକାର ସୃଷ୍ଟି କରିବା ସହ ଐତିହ ସମ୍ପର୍ଣ ପାରଳାର ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି |