ବିପ୍ଲବୀ ପରିକ୍ରମା ଡିଜିଟାଲ :- ଘରୋଇ ଗ୍ରାଉଣ୍ଡରେ ହାରିଲା ଦିଲ୍ଲୀ । ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଚାଲିଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ରୋମାଞ୍ଚକର ମ୍ୟାଚରେ ୧୨ ରନରେ ଜିତିଲା ମୁମ୍ବାଇ । ପ୍ରଥମ ଥର ପରାଜୟର ସ୍ବାଦ ଚାଖିଛି ଦିଲ୍ଲୀ । ଦିଲ୍ଲୀ କ୍ୟାପିଟାଲ୍ସ ଲଗାତାର ୪ଟି ମ୍ୟାଚ ଜିତିଥିବା ବେଳେ ବିଜୟରେ ବ୍ରେକ ଲଗାଇଛି ଏମଆଇ । ସେହିପରି ମୁମ୍ବାଇର ଏହା ଦ୍ବିତୀୟ ବିଜୟ । ଟାର୍ଗେଟ ପିଛା କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ଆରମ୍ଭରୁ ଏତେଟା ଭଲ ପ୍ରଦର୍ଶନ କରିନଥିଲା । ପ୍ରଥମ ବଲରେ ହିଁ ଆଉଟ ହୋଇଥିଲେ ମେକଗର୍କ । ଜେକ ଆଉଟ ହେବା ପରେ କରୁଣ ନାୟର ଓ ଅଭିଷେକ ପୋରେଲଙ୍କ ଜବରଦସ୍ତ ପାର୍ଟନରସିପ ଦେଖିବାକୁ ମିଳିଥିଲା । ନାୟର ୨୨ ବଲରେ ଅର୍ଦ୍ଧଶତକ କରିଥିଲେ ।