୨୫ ଶହ ଗୃହରକ୍ଷୀ ପଦବୀ ହେବ ପୂରଣ : ମୁଖ୍ୟମନ୍ତ୍ରୀ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରେ ସୃଷ୍ଟି ହେଲା ୨ ହଜାର ୫୦୦ ଗୃହରକ୍ଷୀ ପଦବୀ । ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବର୍ତ୍ତମାନ ୧୭ ହଜାର ୬୭୫ ଗୃହରକ୍ଷୀ ପଦବୀ ରହିଛି । ନୂଆ ପଦବୀ ସୃଷ୍ଟି ହେବା ପରେ ମୋଟ ୨୦ ହଜାର ୧୭୫ରେ ପହଂଚିଲା ଗୃହରକ୍ଷୀ ପଦବୀ ସଂଖ୍ୟା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ପଦବୀ ସଂଖ୍ୟା ବୃଦ୍ଧି କରିବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ଶାଖାରେ ପ୍ରାୟ ୧୨ ହଜାର ପଦବୀ ସୃଷ୍ଟି କରାଯିବ ।

LEAVE A REPLY

Please enter your comment!
Please enter your name here