ବିଜୁବାବୁଙ୍କୁ ଅଶ୍ନମାନର ପ୍ରତିବାଦ କଲା ବିଜେଡି

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପାଟଣାଗଡ଼ ରେ ବିଜୁପଟ୍ଟନାୟକ ପ୍ରତିମୃତ୍ତି ଜାଳିଦେବା ଘଟଣାର ପ୍ରତିବାଦ କରିଛି ବିଜେଡି । ପ୍ରବାଦ ପୁରୁଷ ବିଜୁବାବୁଙ୍କର ପ୍ରତିମୂର୍ତ୍ତୀ ପୋଡିବା ଘଟଣାକୁ ନେଇ ପାରଳାଖେମୁଣ୍ଡି ରେ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ପ୍ରତିବାଦ କରଯାଇଛି । ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀଙ୍କ ନେତୃତ୍ବରେ ଶତାଧିକ ମହିଳା ଓ ପୁରୁଷ ସ୍ଥାନୀୟ କଲେଜ ଛକ ଠାରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ ଜଣାଇଛନ୍ତି । ବିଜୁ ପଟ୍ଟନାୟକ ଭଳି ଜଣେ ବରପୁତ୍ରଙ୍କ ପ୍ରତି ଅସମ୍ମାନକୁ ଓଡିଶା ବାସୀ କେବେବି ସହ୍ୟ କରିପାରିବେ ନାହିଁ । ତାଙ୍କ ପାଇଁ ଆଜି ଓଡ଼ିଶା ଗର୍ବିତ। ଓଡ଼ିଶାର ବିକାଶ ପାଇଁ ତାଙ୍କରି ଅଦମ୍ୟ ଉଦ୍ୟମ ଚୀର ସ୍ମରଣୀୟ। ଏଭଳି ଏକ ଜନନାୟକଙ୍କୁ ରାଜନୈତିକ ଆକ୍ରୋଶର ଶୀକାର କରିବାକୁ ତୀବ୍ର ବିରୋଧ କରିଛି ବିଜେଡି। ରାଜ୍ୟରେ ବିଜେପି ସରକାର ଶାସନକୁ ଆସିବା ପରଠାରୁ ବିଭିନ୍ନ ସମୟରେ ବାରମ୍ବାର ବିଜୁ ବାବୁଙ୍କୁ ଅପମାନିତ କରାଯାଉଛି । ରାଜ୍ୟର ସବୁ ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି, ରାଜ୍ୟରେ ଅରାଜକତା ବଢ଼ି ଚାଲିଛି। ବିଜେପି ସରକାର ଗଠନର ମାତ୍ର ୧୦ ମାସ ମଧ୍ୟରେ ଚୋରି ଡକାୟତି, ହତ୍ୟା , ନାରୀ ନିର୍ଯାତନା ଭଳି ମାମଲା ବୃଦ୍ଧି ପାଈବା ସହ ନିୟନ୍ତ୍ରଣ ହରାଇଛି। ଯାହାର ପ୍ରତିଫଳନରେ ଏଭଳି ଅଭାବନୀୟ ଘଟଣା ଘଟିବାରେ ଲାଗିଛି ବୋଲି କହିଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ , ପାରଳା ପୈାରଧକ୍ଷା ନିର୍ମଳା ସେଠୀ , ଗୋଷାଣୀ ବ୍ଳକ ଅଧ୍ୟକ୍ଷ ଏନ ଭିର ରାଜୁ , ଜିଲ୍ଲା ଯୁବ ବିଜେଡ଼ି ସଭାପତି ଏସ୍ ଲିଙ୍ଗରାଜଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here