ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ): ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ କଂଗ୍ରେସ ପକ୍ଷରୁ ରାଜ୍ୟ ବ୍ୟାପି ମଶାଲ ଶୋଭାଯାତ୍ରା କରାଯାଉଥିବା ବେଳେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ଠାରେ ମସାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏହି ଶୋଭାଯାତ୍ରା ବାହାରି ପାରଳା ପୈାରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଶେଷ ହୋଇଥିଲା । ଅପରାହ୍ନରେ ବର୍ଷା ସ୍ବତେ ବହୁ ଯୁବ ଓ ମହିଳି କଂଗ୍ରେସ କର୍ମି ଏହି ମସାଲ ଶୋଭାଯାତ୍ରାରେ ଯୋଗଦେଇଥିଲେ। ରାଜ୍ୟର ବଢ଼ିଚାଲିଥିବା ଶିଶୁ ଓ ନାରି ନିର୍ଯାତନାର ହିସାବ ସରକାର ବିଧାନ ସଭାରେ ଉପସ୍ଥାପନ କରନ୍ତୁ ଫଳରେ କେତେ ଶିଶୁ , ଛାତ୍ର ଛାତ୍ରୀ ନିଖୋଜ ଅଛନ୍ତି, କେତେ ଛାତ୍ରୀ ଦୁଷ୍କର୍ମ ର ଶିକାର ହୋଇଛନ୍ତି, କେତେ ମହିଳା ନିର୍ଯ୍ୟାତନା ପାଇଛନ୍ତି ତାହା ସାର୍ବଜନୀନ ହେବା ସହ ଲୋକ ଲୋଚନକୁ ଆସିପାରିବ । ସରକାର ଯଦି ତାହା ନ କରନ୍ତି ତାହା ହେଲେ ଆନ୍ଦୋଳନର ପରବର୍ତ୍ତୀ ପଦକ୍ଷେପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ହେବ ବୋଲି ମୋହନା ବିଧାୟକ ଦାଶରଥି ଗମାଙ୍ଗ କହିଛନ୍ତି।