କରଞ୍ଜିଆ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କରଞ୍ଜିଆ ବ୍ଲକ ଚଢ଼େଇଭୋଳ ନିକଟରେ ବହୁ ପରିମାଣର କାଠ ଗଛିତ ରଖାଯାଇଥିବା ଖବର ବନ ବିଭାଗ କୈାଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ ଗତକାଲି ବିଳମ୍ବିତ ରାତିରେ କରଞ୍ଜିଆ ପୋଲିସ ସହାୟତାରେ ଘୋଷଦା ଅଞ୍ଚଳର ଜଣଙ୍କ ବ୍ୟକ୍ତି ଗତ ଜାଗା ଉପରେ ଯାହା ଚଢେଇଭୋଳ ଘୋଷଦା ସୀମାରେ ଥିବା ଦେଖିବାକୁ ପାଇଥିଲେ ଏବଂ ସେଠାରେ ଚଢାଉ କରି ଜବତ କରିଥିଲା। ଏହି ଚଢ଼ାଉ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସହକାରୀ ବନ ସଂରକ୍ଷକ ମଦନମୋହନ ମହାନ୍ତ ଓ ପ୍ରଭାତ କୁଅଁର, ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ସହକାରୀ ବନ ସଂରକ୍ଷକ ଫାଲଗୁନୀ ବେହେରା,ପାଞ୍ଚପୀଢ଼ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକ ଠାକୁରମୁଣ୍ଡା , କରଞ୍ଜିଆ,ଦୁଧିଆଣୀ ଓ ମହୁଲଡିହା ବନାଞ୍ଚଳ ଅଧିକାରୀ ଓ ମାଜିଷ୍ଟ୍ରେଟ ଭାବେ କରଞ୍ଜିଆ ତହସିଲଦାର ବେଦବ୍ୟାସ ଭୋଇଙ୍କ ଉପସ୍ଥିତିରେ ୨ ପ୍ଲାଟୁନ ପୋଲିସ୍ ଫୋର୍ସ ର ସାହାଯ୍ୟରେ ହୋଇଥିଲା।
ଏଠାରେ ବିଭିନ୍ନ ସ୍ଥାନରେ ନଟା ବଦା ମୂଳେ ବିଭିନ୍ନ ମୂଲ୍ୟବାନ ଶାଗୁଆନ କାଠ ଗୁଡ଼ିକ ରଖାଯାଇଥିଲା।ଏହି କାଠ ପ୍ରାୟ ୧୦ ଟ୍ରାକ୍ଟର ରୁ ଉର୍ଦ୍ଧ୍ବ ଥିବା ଜଣାପଡିଛି। ଏହି କାଠର ଆନୁମାନିକ ମୂଲ୍ୟ ପ୍ରାୟ ୨୦-୩୦ ଲକ୍ଷ ଟଙ୍କା ହୋଇପାରେ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ସମସ୍ତ ଜବତ କାଠ ସିଙ୍ଗଡ଼ା ବନପାଳ ଦିପ୍ତିମୟୀ ସେଠୀଙ୍କ କାର୍ଯ୍ୟାଳୟ ଠାରେ ରଖାଯାଇ ମୂଲ୍ୟର ଆକଳନ କରାଯାଉଛି। ତେବେ ଦୀର୍ଘଦିନ ହେବ ଏଠାରେ ଏତେ ପରିମାଣର ମୂଲ୍ୟବନ୍ କାଠ କେଉଁ ପରିସ୍ଥିତିରେ ଏଠାରେ ରହିଲା ଓ କିପରି ବନ ବିଭାଗ ଓ ପୋଲିସ ବିଭାଗ ଜାଣିପାରିଲା ନାହିଁ ତାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଜର ଧରିଛି। ଅନ୍ୟ ପକ୍ଷରେ ଚଢ଼ାଉ ଖବର ପୂର୍ବରୁ ସୂଚନା ପାଇବା ପରେ ଗିରଫ ଭୟରେ କାଠ ମାଫିଆ ମାନେ ସମସ୍ତ କାଠ ବାହାରେ ରଖିଦେଇଥିବା ମଧ୍ୟ ଶୁଣିବାକୁ ମିଳୁଛି।
ତେବେ ଏତେ ପରିମାଣର ମୁଲ୍ୟବନ୍ ଶାଗୁଆନ କାଠ ଜଙ୍ଗଲରୁ କାଟି କାଠ ମାଫିଆ ପରିବେଶ ସନ୍ତୁଳନ ବିଗାଡିବାକୁ ଚେଷ୍ଟା କରୁଥିଵାରୁ ପରିବେଶବିତ୍ ମାନେ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଆଗକୁ ଏହି ପରି ଚଢ଼ାଉ ଜାରି ରଖିବାକୁ ଦାବି କରିଛନ୍ତି।ଏହି ଜବତ କାଠର କୈାଣସି ମାଲିକାନା ନଥିବାରୁ କାହାରିକୁ ଗିରଫ କରାଯାଇ ପାରିନଥିବା ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ ସୂଚନା ଦେଇଛନ୍ତି। ତେବେ ଏତେ ପରିମାଣର କାଠ ଏଠାକୁ କେମିତି ଆସିଲା,କିଏ କେତେବେଳେ ଆଣି ରଖିଲା ତାହାକୁ ନେଇ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି।