ଜାଆଁଳା ଶିଶୁ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ 

0

ଖଡ଼ିଆଳ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବୟସ ମାତ୍ର ଅଢେଇ, କଥା କହିବା ଶିଖିବା ବୟସ ହେଲେ ଅନନ୍ୟ ପ୍ରତିଭା ର ଅଧିକାରୀ ଦୁଇ ଜାଆଁଳା ଶିଶୁ । ଦୁଇ ଶିଶୁ ଏବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ର ଅଧିକାରୀ । ଦୁଇ ଶିଶୁ ଙ୍କୁ ନେଇ ବାପା ମାଁ ଙ୍କ ସହ ସପରିବାର ତଥା ଅଞ୍ଚଳ ବାସୀ ଙ୍କ ମନରେ ଖୁସିର ଲହରୀ… ଏଭଳି ଦୁଇ ଜାଆଁଳା ଶିଶୁ ହେଉଛନ୍ତି ଖଡ଼ିଆଳ ବ୍ଲକ ଡୁଆଝର୍ ଗାଁ ର ଡକ୍ଟର ମନୋଜ ମେହେର ଓ ପ୍ରିତିମୟୀ ମେହେର ଙ୍କ ଦୁଇ ପୁଅ ରୁଦ୍ରାନ୍ସ ଓ ଦେବାନ୍ସ….!

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଦୁଇ ବିସ୍ମୟ ଜାଆଁଳା ଅଢେଇ ବର୍ଷୀୟ ଶିଶୁ ରୁଦ୍ରାଂସ ଓ ଦେବାଂସ । ଦେଶ ବିଦେଶ ଓ ଗ୍ରହ ନକ୍ଷେତ୍ର ସମ୍ପର୍କରେ ଉତ୍ତର ଦେଇ ଜାତୀୟ ଦରବାରରେ ସାମ୍ନାନିତ ହୋଇପାରିଛନ୍ତି ଏହି ଦୁଇ ଜାଆଁଲା ଶିଶୁ । କୁହାଯାଏ ସଫଳତା ଦେଖେନି ବୟସ ସୀମା। ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ଏହି ଦୁଇ କୁନି ପ୍ରତିଭା। ଶିଶୁ ଦ୍ୱୟର ଏଭଳି ବିଚକ୍ଷଣ ପ୍ରତିଭା ଦେଖି ବାଃ ବାଃ ଦେଉଛନ୍ତି ସମସ୍ତେ। ସାହି ପଡିଶା ସହ ଅଞ୍ଚଳ ର ପାଇଁ ଆଗାମୀ ଦିନରେ ଆହୁରି ନାମ କରିବେ ବୋଲି ସମସ୍ତେ ଭଗବାନ ଙ୍କ ଠାରେ ପ୍ରାର୍ଥନା କରିଛନ୍ତି ।

ଖଡ଼ିଆଳ ବ୍ଲକ ଡୁଆଝର ଗାଁର ଡାକ୍ତର ମନୋଜ ମେହେର ଓ ପ୍ରିତିମୟୀ ମେହେର ଙ୍କ ଜାଆଁଳା ଶିଶୁ ରୁଦ୍ରାଂଶ ଓ ଦେବାନ୍ସ୍ । ଉଭୟ ଶିଶୁ କଥା କହିବା ଦିନଠୁ ପ୍ରଖର ସ୍ମରଣ ଶକ୍ତିର ଅଧିକାରୀ ଥିଲେ। ଖେଳକୁଦ ବୟସରେ ପିଲା ଦ୍ୱୟ ର ଏଭଳି ବିଚକ୍ଷଣ ପ୍ରତିଭାର ସମ୍ପର୍କରେ ଜାଣିପାରିଥିଲେ ପରିବାର ଲୋକେ। ଏହାପରେ ସେମାନେ ତାଙ୍କୁ ଦେଶବିଦେଶ, ମହାକାଶ, ଜୀବଜନ୍ତୁ ସମ୍ପର୍କରେ ଶିକ୍ଷା ଦେଇଥିଲେ। ବିଶେଷ କରି ଇଂରାଜୀରେ ୭ଟି ବାରର ନାମ,A ଠାରୁ Z , ଇଂରାଜୀରେ 1 ରୁ 10, A ଫର୍ ଏପଲ୍ ରୁ Z ଫର୍ ଜେବ୍ରା, ବିଭିନ୍ନ ପ୍ରକାରର ପନିପରିବା,ଫଳ, ଫୁଲ, ଶରୀରର ସମସ୍ତ ଅଙ୍ଗ, ଘରର ଆସବାବପତ୍ରର ନାମ, ୧୦ଟି ଭଗବାନଙ୍କ ଫଟୋ ଚିହ୍ନଟ, ବିଭିନ୍ନ ଆକୃତି ଚିହ୍ନଟ, ଜାତୀୟ ଚିହ୍ନ,୧୨ପ୍ରକାର ରଙ୍ଗ, ବିଭିନ୍ନ ପ୍ରକାରର ପଶୁପକ୍ଷୀର ନାମ,୪ଟି ବେଦ ମନ୍ତ୍ର,୪ଟି ରାଇମ୍ସ, ବିଭିନ୍ନ ପ୍ରକାରର ଯାନବାହାନ, ବିଭିନ୍ନ ପ୍ରକାରର ନୋଟ ଓ କଏନ୍ ଚିହ୍ନଟ, ବିଭିନ୍ନ ପ୍ରକାରର ଇଂରାଜୀ ଶବ୍ଦର ଓଡ଼ିଆ ଅର୍ଥ ସ୍ମରଣ କରାଇଥିଲେ।

ପ୍ରଖର ସ୍ମରଣ ଶକ୍ତିର ଅଧିକାରୀ ଏହି ବାଳକ ସବୁକିଛି ଖୁବ୍ ସହଜରେ ମନେ ରଖିଥିଲେ। ବାପାମାଆ ପୁଅର ଏଭଳି ଅନନ୍ୟ ପ୍ରତିଭା ଦେଖି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ଆବେଦନ କରିଥିଲେ। ଚଳିତବର୍ଷ ଏହି ଦୁଇ ଶିଶୁ ଇଣ୍ଡିଆ ବୁକ୍ ଅଫ ରେକର୍ଡ ର ଅଧିକାରୀ ହୋଇ ପାରିଚ୍ଚନ୍ତି । ବାପାମାଆଙ୍କ ଶିକ୍ଷା ପାଇଁ ଆଜି ଏହି ଦୁଇ ବିସ୍ମୟ ଶିଶୁ ଏପରି ସଫଳତାର ଅଧିକାରୀ ହୋଇପାରିଛନ୍ତି। ଏତେ କମ୍ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ସ୍ଥାପନ କରି ଜାତୀୟ ଦରବାରରେ ନିଜର ନାମ କମାଇ ଥିବାରୁ ନିଜକୁ ଧନ୍ୟ ମନେ କରିଛନ୍ତି ପରିବାର। ଖାଲି ଏତିକି ନୁହେଁ ବର୍ତ୍ତମାନ ଏହି ଖବର ପ୍ରଚାରିତ ହେବା ପରେ ପରିବାରକୁ ଛୁଟିବାରେ ଲାଗିଛି ପ୍ରଶଂସାର ସୁଅ। ଅପରପକ୍ଷରେ ଶିଶୁ ଦ୍ୱୟ ପଢୁଥିବା ବିଦ୍ୟାଳୟ ହେଲୋକିଡ୍ସ ଏଭଳି ଦୁଇ ଶିଶୁ ପାଇ ଧନ୍ୟ ଏମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେଉ ବୋଲି ବିଦ୍ୟାଳୟ ଡାଇରେକ୍ଟର କହିଛନ୍ତି ।

ସଫଳତା ଦେଖେନି ବୟସ, ଏହାର ସଦ୍ୟ ଉଦାହରଣ ହେଉଛନ୍ତି ଋଦ୍ରାଂଶ ଓ ଦେବାଂଶ । ଏତେ କମ ବୟସ ରେ ଏଭଳି ସଫଳତା ନିଶ୍ଚିତ ବାପା ମାଁ ଙ୍କ ଚେଷ୍ଟା ସହ ଭଗବାନ ଙ୍କ ଆଶୀର୍ବାଦ ର ଫଳ । ଏହି ଦୁଇ ବିସ୍ମୟ ବାଳକ ଙ୍କ ଭବିଷ୍ୟତ ଆହୁରି ଉଜ୍ଜଳ ମୟ ହେଉ ଏହା ହିଁ କାମନା ।

LEAVE A REPLY

Please enter your comment!
Please enter your name here