ବେଙ୍ଗାଲୁରୁକୁ ୫ ୱିକେଟ୍‌ରେ ପରାସ୍ତ କଲା ପଂଜାବ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୫ର ୩୪ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପଂଜାବ କିଙ୍ଗ୍‌ସ ୫ ୱିକେଟ୍‌ରେ ପରାସ୍ତ କରିଛି। ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶୁକ୍ରବାର ଦିନ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌କୁ ପଂଜାବ ଟିମ୍‌ ୯୬ ରନ୍‌ର ବିଜୟ ଲକ୍ଷ୍ୟକୁ ୧୨.୧ ଓଭରରେ ୫ ୱିକେଟ୍‌ ହରାଇ ପୂରା କରିପାରିଛି। ପଂଜାବ ଟିମ୍‌ ୯୮ ରନ୍‌ ସଂଗ୍ରହ କରିପାରିଛି। ପଂଜାବ ପକ୍ଷରୁ ନେହାଲ ୱାଧେରା ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ଅପରାଜିତ ରହି ୧୯ଟି ବଲ୍‌ ଖେଳି ୩ଟି ଚୌକା ଓ ୩ଟି ଛକା ବଳରେ ୩୩ ରନ୍‌ ସଂଗ୍ରହ କରିଥିଲେ। ପଂଜାବ ପାଇଁ ପ୍ରିୟାଂଶ ଆର୍ଯ୍ୟା ୧୬ ରନ୍‌, ଜୋସ୍‌ ଇଂଲିସ ୧୪ ରନ୍‌, ପ୍ରଭସିମରନ୍‌ ସିଂହ ୧୩ ରନ୍‌, ଶ୍ରେୟସ ଆୟର ୭ ରନ୍‌, ମାର୍କସ ଷ୍ଟୋଇନିସ୍‌ ଅପରାଜିତ ୭ ରନ୍‌ ସଂଗ୍ରହ କରିଥିଲେ। ବେଙ୍ଗାଲୁରୁ ତରଫରୁ ଜୋସ୍‌ ହେଜଲଉଡ ୩ଟି ଓ ଭୁବନେଶ୍ବର କୁମାର ୨ଟି ୱିକେଟ୍‌ ନେଇଥିଲେ l ଟସ୍‌ ଜିଣି ପଂଜାବ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା। ରଜତ ପାଟିଦାରଙ୍କ ନେତୃତ୍ବରେ ବେଙ୍ଗାଲୁରୁ ୧୪ ଓଭରରେ ୯ଟି ୱିକେଟ୍‌ ହରାଇ ୯୫ ରନ୍‌ ସଂଗ୍ରହ କରିଥିଲା। ଫଳରେ ପଂଜାବ କିଙ୍ଗ୍‌ସକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୯୬ ରନ୍‌ ଲକ୍ଷ୍ୟ ମିଳିଥିଲା। ବେଙ୍ଗାଲୁରୁ ପାଇଁ ଟିମ୍ ଡେଭିଡ୍ ସର୍ବାଧିକ ବ୍ୟକ୍ତିଗତ ରନ୍‌ ସ୍କୋର କରିଥିଲେ। ସେ ୨୬ ବଲ୍‌ରେ ଅପରାଜିତ ୫୦ ରନ୍ କରିଥିଲେ, ଯେଉଁଥିରେ ୫ ଚୌକା ଏବଂ ୩ ଛକା ଅନ୍ତର୍ଭୁକ୍ତ ଥିଲା। ଅଧିନାୟକ ରଜତ ପାଟିଦାର ୨୩ ରନ୍‌ ସଂଗ୍ରହ କରିଥିଲେ। ସେ ୧୮ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ମାରିଥିଲେ। ଅନ୍ୟ ଖେଳାଳି ମାନଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଅଲରାଉଣ୍ଡର ଲିଆମ୍ ଲିଭିଙ୍ଗଷ୍ଟୋନ୍ ୪, ଜିତେଶ ଶର୍ମା ୨ ଏବଂ କ୍ରୁନାଲ ପାଣ୍ଡ୍ୟା ମାତ୍ର ୧ ରନ୍ ସ୍କୋର କରିପାରିଥିଲେ। ପଞ୍ଜାବ କିଙ୍ଗ୍‌ସର ବୋଲରମାନେ ଘାତକ ବୋଲିଂ କରିଥିଲେ।

LEAVE A REPLY

Please enter your comment!
Please enter your name here