ସ୍ୱଚ୍ଛ ଭାରତ ମିଶନ ଯୋଜନା ଫେଲ – ଲକ୍ଷ ଲକ୍ଷ ଟଙ୍କାର ଶୌଚାଳୟ ଅକାମୀ 

0

ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନୂଆପଡା ଜିଲ୍ଲା ସଦର NAC ହେଉଛି ବହୁ ପ୍ରତିକ୍ଷିତ NAC, ଗୋଟିଏ ପଞ୍ଚାୟତ ମୁଖ୍ୟାଳୟ ଜିଲ୍ଲା ମୁଖ୍ୟାଳୟ ହୋଇଥିଲା । ଆଶା ଥିଲା NAC ମାନ୍ୟତା ପାଇବା ପରେ ସହର ର ଉନ୍ନତି ହେବ ହେଲେ ଆବଶ୍ୟକ ମୁତାବକ ଉନ୍ନତି ଦେଖିନାହିଁ ଏହି NAC । ସରକାରଙ୍କ ଯୋଜନାରେ ଏହି NAC ସାମିଲ ହୋଇଛି ସତ ହେଲେ ସରକାରୀ ବାବୁଙ୍କ ଠିକାଦାର ପ୍ରୀତି ଏଥିରେ ବାଧକ ସାଜିଛି । ନୁଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନୂଆପଡ଼ା ସହରକୁ ଶୌଚ ମୁକ୍ତ କରିବା ପାଇଁ ସ୍ୱଚ୍ଛ ଭାରତ ମିଶନ ଜରିଆରେ ସହର ର ବିଭିନ୍ନ ୱାର୍ଡ ରେ ଶୌଚାଳୟ ପ୍ରତି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଶୌଚାଳୟ ନିର୍ମାଣ କରାଯାଇଛି ।

ବିରାଟ ବିରାଟ ଅଟ୍ଟାଳିକା ଭଳି ଶୌଚାଳୟ ମାନ ନିର୍ମାଣ ହୋଇଛି ସତ ହେଲେ ନିର୍ମାଣ ଦିନ ଠୁ ଏହା କାମ ରେ ନଆସି ଜରାଜୀର୍ଣ୍ଣ ଅବସ୍ଥା ରେ ପଡିଛି । ସରକାରୀ ଅଧିକାରୀ ଓ କର୍ମଚାରୀ ନିଜ ପିଶି ପାଇ କାର୍ଯ୍ୟ ସାରିଦେଇଥିବା ବେଳେ ଠିକାଦାର ମାଲେମାଲ ହୋଇ ନିଜ ଦାୟୀତ୍ବ ସାରିଦେଇଚ୍ଚି । ଅପରପକ୍ଷରେ ମରାମତି ନାଁ ରେ ମଧ୍ୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି ହେଲେ ତାହା ପିଶୀ ଓ ଠିକାଦାର ପୋଷା ନୀତି ପାଲଟିଛି । ଯା ଫଳରେ ସରକାରୀ ଯୋଜନା ଏକ ପ୍ରହତ୍ସନ୍ ବୋଲି ମନେ ହେଉଛି ।

ସରକାରଙ୍କ ଉଦ୍ଦେଶ୍ୟ ଠିକ ହେଲେ ଦାଇତ୍ୱରେ ଥିବା ଅଧିକାରୀ ଓ ଯନ୍ତ୍ରୀଙ୍କ ଲାଭଖୋର ମନୋବୃତି ଯୋଗୁ ସେଗୁଡିକ କାର୍ଯ୍ୟକ୍ଷମ ହୋଇନ ପାରି ପାଞ୍ଚବର୍ଷ ହେଲା ଜରାଜୀର୍ଣ୍ଣ ଅବସ୍ଥା ରେ ପଡି ଖତ ଖାଉଛି ନୂଆପଡ଼ା NAC ର ବିଭିନ୍ନ ୱାର୍ଡ ରେ ନିର୍ମିତ ହୋଇଥିବା ଶୌଚାଳୟ । ବର୍ତ୍ତମାନ ଅନେକ ଶୌଚାଳୟ ଭଙ୍ଗା ଦଦରା ହୋଇଯାଉଥିବା ବେଳେ ଶୌଚାଳୟ ଗୁଡ଼ିକ ଭୂତ କୋଠୀ ପାଲଟି ଯାଇଛି। ଶୌଚାଳୟ ପାଖରେ ଥିବା ଜନସଧାରଣଙ୍କ ଅଭିଯୋଗ ଅନୁଯାୟୀ ଶୌଚାଳୟ ଗୁଡିକ ବନିଛି ସତ ହେଲେ ସମ୍ପୂର୍ଣ୍ଣ ବ୍ୟବହାର ଯୋଗ୍ୟ ନକରି ବିଭାଗୀୟ ଯନ୍ତ୍ରୀ ସମ୍ପୂର୍ଣ୍ଣ ଦେଖାଇ ବିଲ କରିଥିବା ଗୁରୁତର ଅଭିଯୋଗ କରିଛନ୍ତି । ତେଣୁ ଆଜକୁ ଦୀର୍ଘ ବର୍ଷ ବିତି ଯାଇଥିଲେ ହେଁ ଗୋଟିଏ ହେଲେ ଶୌଚାଳୟ ଲୋକଙ୍କ କାମ ରେ ଆସି ପାରୁନାହିଁ । ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରାନଗଲେ ଆଗାମୀ ଦିନରେ ତୀବ୍ର ବିରୋଧ ହେବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି l

ନୂଆପଡ଼ା ବିଜ୍ଞାପିତ ଅଞ୍ଚଳରେ ନିର୍ମାଣ ହୋଇଥିବା ଅନେକ ଶୌଚାଳୟ ବ୍ୟକ୍ତଗତ ବ୍ୟବହାର ହେଉଥିବା ବେଳେ ଅନେକ ଗୋଷ୍ଠୀ ଶୌଚାଳୟ ଗୋଦାମ ଗୃହ ରେ ପରିଣତ ହୋଇଛି । ଗୋଟିଏ ପଟେ ବିଭାଗୀୟ ଅଧିକାରୀ ମାନେ ଲୋକଙ୍କ ସଚେତନତା ଅଭାବ କଥା କହୁଥିବା ବେଳେ କାମ କେତେ ଦୂର ହୋଇଥିଲା ଏବଂ ଶୌଚାଳୟ ଗୁଡ଼ିକ ରେ ବ୍ୟବହାର ଯୋଗ୍ୟ କେତେ ସରଞ୍ଜାମ ଲାଗିଥିଲା ତାହା ତଦନ୍ତ ସାପେକ୍ଷ । ଶୌଚାଳୟ ଗୁଡିକରେ ମୋଟର, ପାଣି ଟାଙ୍କି ଲାଗିନଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଚୋରି ହୋଇଥିବା ପ୍ରକାଶ କରିଛନ୍ତି ।

ହେଲେ ଉକ୍ତ ସାମଗ୍ରୀ ଚୋରି ନେଇ ଥାନାରେ ମାମଲା ରୁଜୁ ହୋଇ ନଥିବାରୁ ଜଣାଯାଇଛି ଯେ ସାମଗ୍ରୀ ନଲଗାଇ କେବଳ ବିଲ କରି ଲକ୍ଷ୍ୟାଧିକ ଟଙ୍କା ଆତ୍ମସାତ ହୋଇଛି । ଏନେଇ ଆମେ ନୂଆପଡ଼ା କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାଏକଙ୍କୁ ପଚାରିବାରୁ ଆମେ ଯଥା ଶୀଘ୍ର ସବୁ ଶୌଚାଳୟ କୁ କାର୍ଯ୍ୟକ୍ଷମ କରିବୁ ଓ ଲୋକ ଙ୍କ ବ୍ୟବହାର ଯୋଗ୍ୟ କରିବୁ ବୋଲି କହିଛନ୍ତି । ଅନ୍ୟପଟେ ନୂଆପଡ଼ା ଜିଲ୍ଲାପାଳ ଙ୍କ ଗୋଟିଏ ଉତ୍ତର ଦେଖିବୁ କଣ ହୋଇଛି ତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟକ୍ଷମ କରିବୁ ବୋଲି କହିଛନ୍ତି ।

ନୂଆପଡ଼ା ଜିଲ୍ଲା ର ତିନି ଗୋଟି NAC ରେ ସ୍ୱଚ୍ଛ ଭାରତ ମିଶନ ଯୋଜନା ଫେଳ ମାରିଥିବା ବେଳେ ନୂଆପଡ଼ା ସଦର ମହକୁମା ସ୍ଥିତି ଏହାର ଜ୍ୱଳନ୍ତ ଉଦାହରଣ । ଯଦି ଜିଲ୍ଲା ମୁଖ୍ୟାଳୟ ର ସ୍ଥିତି ଏହା ତେବେ ଖରୀଆର ରୋଡ ଓ ଖଡ଼ିଆଳ ସ୍ଥିତି ନକହିବା ଭଲ । ଅପରପକ୍ଷରେ ନୂଆପଡ଼ା ଜିଲ୍ଲାପାଳ ଓ ନୂଆପଡ଼ା କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ପ୍ରତିକ୍ରିୟା କେବେ କାର୍ଯ୍ୟକାରୀ ହୋଇ ଲୋକେ ଶୌଚାଳୟ ଗୁଡ଼ିକ ଲୋକଙ୍କ ବ୍ୟବହାର ରେ ଲାଗୁଛି ସେ ଉପରେ ସମସ୍ତ ଙ୍କ ନଜର ।

LEAVE A REPLY

Please enter your comment!
Please enter your name here