ପ୍ରଦୀପ ରଣା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗୁଣି ସନ୍ଦେହରେ ଉତେଜନା । ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଜଣକ ମୃତ୍ୟୁ ଘଟିଛି । ଉତକ୍ଷିପ୍ତ ଲୋକେ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଭୈରବ ସାହୁ ।
ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ସଦର ମହକୁମା ହାଟ ପଦାରେ ଘଟିଛି ଲୋମ ହର୍ଷଣକାରୀ ଏଭଳି ଏକ ଅଭାବନୀୟ ଘଟଣା । ୨୧ ତାରିଖ ବିଳମ୍ୱିତ ରାତିରେ ଘରେ ଶୋଇଥିବା ବେଳେ ସାହିର କିଛି ଲୋକ ଭୈରବ ସାହୁଙ୍କୁ ଘରୁ ବାହାରକୁ ଟାଣି ଆଣି ନିର୍ଦ୍ଧୁମ ମାଡ ମାରିଥିଲେ । ଗୁଣି କରି ମାରୁଛୁ କାହିଁକି କହି ଜଣକ ପରେ ଜଣେ ପିଟି ଥିଲେ ।
ଗୁଣି କରି ମାରିଦେଇଥିବା ସନ୍ଦେହରେ ଭୈରବ ସାହୁଙ୍କୁ ପିଟି ପିଟି ମାରିଦେଲେ ଉତ୍ୟକ୍ତ ଲୋକେ। ତା’ ଉପରେ ରାଗ ଏତେ ମାତ୍ରା ରେ ଥିଲା ଯେ, ଉତ୍ୟକ୍ତ ଲୋକ ମାନେ ଭୈରବଙ୍କୁ ଲାତ ଗୋଇଠା, ବାଡ଼ି, ଠେଙ୍ଗାରେ ନିର୍ଧୁମ ପିଟିଥିଲେ ବୋଲି ଅଭିଯୋଗ ହୋଇଛି ।