ଅଜଣା ଗାଡିକୁ ଧରିବ ତ ଯୋଡା ପୋଲିସ 

0

ଖଳାନନ୍ଦ ଶର୍ମା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଡିଏଭି ସ୍କୁଲ ନିକଟସ୍ଥ ଫ୍ଲାଏ ଓଭର ନିକଟରେ ସୋମବାର ରାତିରେ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ସ୍ଥାନାନ୍ତର କରା ଯାଇଛି। ସୂଚନା ମୁତାବକ ପ୍ରଥମେ ଦୁଇ ବାଇକ ମଧ୍ୟରେ ଧକ୍କା ହୋଇଥିବା ବେଳେ ପରେ ଏକ ଅଜଣା ଗାଡି ଆସି ବାଇକ ଗୁଡ଼ିକୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା ।

ଫଳରେ ଘଟଣା ସ୍ଥଳରେ ୩ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରା ଯାଇଥିଲା। ଏନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଯାଇଥିବା ବେଳେ ବଡବିଲ ଏସଡିପିଓ ଶ୍ରୀ ଦେବେନ୍ଦ୍ର ପିଙ୍ଗୁଆଙ୍କ ଉପସ୍ଥିତିରେ ପୋଲିସ ଲୋକଙ୍କୁ ବୁଝାସୁଝା କରୁଥିବାର ଦେଖା ଯାଇଥିଲା। ଏଠାରେ ସୂଚନା ଥାଉ କି ଗତ କିଛି ମାସ ତଳେ ଏହି ଜାଗାରେ ଦୁଇ ଶିଶୁ ସମେତ ଜଣେ ଯୁବକଙ୍କୁ ଏକ ଅଜଣା ଗାଡି ଚାପିଦେଇ ଫେରାର ହୋଇଥିବା ବେଳେ ପୋଲିସ୍ ଫେରାର ଗାଡିର କୌଣସି ସନ୍ଧାନ ପାଇ ନ ଥିଲା। ଆଜି ପୁଣି ସେହି ସମାନ ଜାଗାରେ ଏକ ଅଜଣା ଗାଡି ଲୋକଙ୍କୁ ଚାପି ଫେରାର ହୋଇଥିବା ବେଳେ ଉକ୍ତ ଫେରାର ଗାଡିକୁ ପୋଲିସ ଜବତ୍ କରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here