ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା : ସାମ୍ବାଦିକ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ନୀରବ ପ୍ରତିବାଦ ଓ ଶ୍ରଦ୍ଧାଞ୍ଜଳି

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ସବୁଠି ଏହାକୁ ଦୃଢ଼ ନିନ୍ଦା କରାଯିବା ସହ ପ୍ରତିବାଦ କରାଯାଉଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରର ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ, ବୁଦ୍ଧିଜୀବୀ ଓ ସଂଗଠନଙ୍କ ପକ୍ଷରୁ ମିଳିତ ଭାବେ ସ୍ଥାନୀୟ ଏମକେସିଜି ମୁଖ୍ୟ ଫାଟକ ସାମ୍ନାରେ ଘଟଣାକୁ ଦୃଢ଼ ନିନ୍ଦା କରାଯିବା ସହ ଦେଶରୁ ଆତଙ୍କବାଦ ନିପାତ କରିବାକୁ ଦାବି କରାଯାଇଥିଲା। ଏଥିସହ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସମସ୍ତ ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯିବା ସହ ଶୋକସନ୍ତୋପ ପରିବାର ବର୍ଗଙ୍କୁ ସମବେଦନା ଜଣାଯାଇଥିଲା। ପରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଓକିଲ ସଂଘ ସଭାପତି ମନୋଜ ପଟ୍ଟନାୟକ, ଗଞ୍ଜାମ ଓକିଲ ସଂଘ ର ଯୁଗ୍ମ ସମ୍ପାଦକ ଅସିତ୍ ସାବତ ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ସଭାପତି ରାଜେନ୍ଦ୍ର ପଣ୍ଡା, ବରିଷ୍ଠ ନାଗରିକ ମଞ୍ଚର ଶ୍ୟାମ ସୁନ୍ଦର ଖାଡଙ୍ଗା, ଟିମ୍ କ୍ଲିନ୍ ସିଟି ସଭାପତି ଶକ୍ତିଧର ରାଜଗୁରୁ, ବରିଷ୍ଠ ସାମ୍ବାଦିକ ଅଭୟ ପାଢ଼ୀ, ସୁଦୀପ ସାହୁ, ଅସିତ୍ ପଣ୍ଡା,ନରସିଂହ ଡାକୁଆ, ବି.କେ. ବିଶାରଦ, ରାଜେଶ ସାହୁ, ଏସ. ୟୁ. ଜେ ଗଞ୍ଜାମ ଜିଲ୍ଲା ସଭାପତି ବିଶ୍ଵନାଥ ମାରଣା, ଲଲାଟେନ୍ଦୁ ଚୌଧୁରୀ, ଏସୟୁଜେ ସମ୍ପାଦକ ଦିଗାମ୍ବର ମହାରଣା, କାଳୀ ପ୍ରସାଦ ରଥ ,ଅଭିଜିତ କର , ରଶ୍ମିତା ପାଣିଗ୍ରାହୀ , କପିଳ ପାଢ଼ୀ, ଲଡୁ କିଶୋର ପାତ୍ର, ଚନ୍ଦନ ସାହୁ, ପ୍ରେମାନନ୍ଦ ପୂଜାରୀ,ରୂପକ ମହାନ୍ତି, ନିର୍ମଳ ସାହୁ, ଲଡୁ କିଶୋର ପାତ୍ର, ଚନ୍ଦନ ସାହୁ ସଞ୍ଜୟ ବିଶ୍ୱାଳ,ଶ୍ରୀକାନ୍ତ ସାହୁ, ଏ. ରାଜା ରାଓ, ଅସ୍ମିତା ମହାନ୍ତିଙ୍କ ସମେତ ବହୁ କାର୍ଯରତ ସାମ୍ବାଦିକ, ବୁଦ୍ଧିଜୀବୀ ପ୍ରମୁଖ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here