ଜେଲରେ ବିବାହ : ବଳାତ୍କାର ପୀଡ଼ିତାଙ୍କୁ ବିବାହ କଲେ ଅଭିଯୁକ୍ତ

0

କୋଦଳା ( ବିପ୍ଲବୀ ପରିକ୍ରମା ଡିଜିଟାଲ):-  ଜେଲ୍‌ରେ ବିବାହ କରିଛନ୍ତି ଜଣେ କଏଦୀ ନିଜ ପ୍ରେମିକା କୁ, ଯାହାଙ୍କ ପାଇଁ ସେ ଆଜି ଜେଲରେ ଅଛନ୍ତି l

ଅଜବ ଲାଗୁଥିଲେ ମଧ୍ୟ କଥାଟା ନିରାଟ ସତ୍ୟ, ଆଉ ଏଭଳି ଘଟଣା ଘଟିଛି କୋଦଳା ସବ ଜେଲ ପରିସରରେ l ଏହା ଥିଲା ଏକ ଭିନ୍ନ ବିବାହ। ବଳାତ୍କାର ପୀଡ଼ିତାଙ୍କୁ ବିବାହ କରିଛନ୍ତି ଅଭିଯୁକ୍ତ।

ଗଞ୍ଜାମ ଜିଲ୍ଲା କୋଦଳା ସବଜେଲ ପରିସର ହନୁମାନ ମନ୍ଦିରରେ ବିବାହ ସମ୍ପନ୍ନ ହୋଇଛି। ବର ଥିଲେ ବନ୍ଦୀ ଓ ବରଯାତ୍ରୀ ଥିଲେ ଅନ୍ୟ ବନ୍ଦୀମାନେ। କନ୍ୟାକୁ ନେଇ କନ୍ୟା ପକ୍ଷ ଜେଲକୁ ଆସିଥିଲେ।

ବଡ ଧୁମଧାମରେ ବିବାହ ପରେ କନ୍ୟା ଶ୍ଵଶୁର ଘରକୁ ଯାଇଥିବା ବେଳେ ବର ଜେଲରେ ହିଁ ରହିଥିବା ସୂଚନା ମିଳିଛି l ତେବେ ଭିନ୍ନ ପ୍ରକାର ଥିଲା ଏହି ବାହାଘର ଏବଂ ଜଣେ ସଚେତନ ନାଗରିକ ଭାବରେ ଯେ କେହି ଭି ଏକଥା କୁ ସହମତ ହୋଉଛନ୍ତି l

LEAVE A REPLY

Please enter your comment!
Please enter your name here