ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା: ଅଭିଯୁକ୍ତ ମାମୁଁ କୋର୍ଟ ଚାଲାଣ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମାତ୍ର ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ତଥା ଶିଶୁ କନ୍ୟାର ମାମୁଁ କାଳିଆ ନାହାକ (ଷଣ୍ଢ) କୁ ପାଟପୁର ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ଅର୍ନ୍ତଗତ ଖଲିଙ୍ଗି ଗ୍ରାମରେ ଘଟଣା ଘଟିଛି। ଦୁନିଆଁ କ’ଣ ଦେଖିବା ପୁର୍ବରୁ ନୀରିହ ଶିଶୁ କନ୍ୟା ଚାଲି ଯାଇଛି ଅପେରା ରାଜ୍ୟକୁ। ଯ’ଦ୍ଵାରା ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ରବିବାର ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଯେନା ମୃତ ଶିଶୁ କନ୍ୟାର ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଘଟଣା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ପାଟପୁର ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here