୧୬ ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ୍‌ କଲା ଭାରତ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆକ୍ସନ ମୁଡରେ ଅଛନ୍ତି ଭାରତ ସରକାର । ଏହାରି ମଧ୍ୟରେ ସୋମବାର ଭାରତ ସରକାର ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍‌ ଚ୍ୟାନେଲକୁ ବ୍ୟାନ୍‌ କରିଛନ୍ତି । ଏହି ଚ୍ୟାନେଲରେ ଉତ୍ତେଜନାମୂଳକ, ସାମ୍ପ୍ରଦାୟିକ, ସମ୍ବେଦନଶୀଳ ବିଷୟବସ୍ତୁ ସହ ମିଥ୍ୟା ଓ ବିଭ୍ରାନ୍ତିକର କାହାଣୀ ଏବଂ ଭୁଲ ତଥ୍ୟ ବିସ୍ତାର କରାଯାଉଥିଲା । ଏ ନେଇ ଗୃହ ମନ୍ତ୍ରଣାଳୟର ସୁପାରିଶ ଆସିବା ପରେ ଭାରତ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ବ୍ୟାନ୍‌ ତାଲିକାରେ ପାକିସ୍ତାନର ମିଡିଆ ସଂସ୍ଥା ଯେପରିକି ଡନ୍‌, ସାମା ଟିଭି, ARY ନ୍ୟୁଜ୍‌, ଜିଓ ନ୍ୟୁଜ୍‌ , ରାଜି ନାମା, GNN ଓ ଇର୍ସାଦ ଭାଟ୍ଟି ସାମିଲ । ସରକାରୀ ସୂତ୍ରରୁ କୁହାଯାଇଛି, “ଗୃହ ମନ୍ତ୍ରଣାଳୟର ସୁପାରିଶ କ୍ରମେ ଜମ୍ମୁ କାଶ୍ମୀରେ ଘଟିଥିବା ଦୁଃଖଦ ପହଲଗାମ ଆତଙ୍କବାଦୀ ଘଟଣାରେ ଭାରତ ଏହାର ସେନା ଏବଂ ସୁରକ୍ଷା ଏଜେନ୍ସି ବିରୁଦ୍ଧରେ ଉତ୍ତେଜନାମୂଳକ ତଥା ସାମ୍ପ୍ରଦାୟିକ ସମ୍ବେଦନଶୀଳ ବିଷୟବସ୍ତୁ, ମିଥ୍ୟା ତଥା ବିଭ୍ରାନ୍ତିକର କାହାଣୀ ଏବଂ ଭୁଲ ତଥ୍ୟ ପ୍ରଚାର କରିବା ପାଇଁ ଡନ୍ ନ୍ୟୁଜ୍, ସାମା ଟିଭି, ଏଆଇୱାଇ ନ୍ୟୁଜ୍, ଜିଓ ନ୍ୟୁଜ୍ ସମେତ ୧୬ ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ଭାରତ ସରକାର ବ୍ୟାନ୍‌ କରିଛନ୍ତି ।” ବ୍ୟାନ୍‌ ହେବା ପରେ ଏହି ଚ୍ୟାନେଲଗୁଡ଼ିକର ଭିଡିଓ ଭାରତରେ ଷ୍ଟ୍ରିମିଂ ହେବା ବନ୍ଦ ହେବ । ଭାରତ ସରକାର ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ ବଡ଼ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ପୂର୍ବରୁ ପାକିସ୍ତାନ ସରକାରଙ୍କ X ଆକାଉଣ୍ଟକୁ ମଧ୍ୟ ଭାରତ ବ୍ଲକ୍‌ କରିଥିଲା । ପାକିସ୍ତାନ ସରକାରଙ୍କ ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲକୁ ଫଲୋ କରୁଥିବା ଭାରତୀୟ ୟୁଜରଙ୍କୁ ଏକ ବାର୍ତ୍ତା ଦିଆଯାଇଥିଲା ଯେଉଁଥିରେ ଲେଖାଥିଲା ଯେ ଆଇନଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତରେ @GovtofPakistan ଆକାଉଣ୍ଟକୁ ବ୍ଲକ୍‌ କରାଯାଇଛି ।

LEAVE A REPLY

Please enter your comment!
Please enter your name here