ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଇପିଏଲର ୪୭ ତମ ମ୍ୟାଚରେ ବିଜୟ ରେକର୍ଡ କଲା ରାଜସ୍ଥାନ । ଧୂଆଁଦାର ଶତକ, ପଡିଆରେ ଚଉକା, ଛକା ବର୍ଷା କରି ରାଜସ୍ଥାନକୁ ସହଜ ବିଜୟ ଦେଲେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ଗୁଜୁରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ୮ ୱିକେଟରେ ଜିତିଲା ରାଜସ୍ଥାନ । ଆଇପିଏଲ ଇତିହାସରେ ସବୁଠୁ କମ ବୟସରେ ଶତକ ହାସଲ କରିଛନ୍ତି ବୈଭବ । କାମ ଦେଲାନି ଗିଲ୍ ଦମଦାର ବ୍ୟାଟିଂ । ୧୪ ବର୍ଷୀୟ ବୈଭବଙ୍କ ଶତକ ଓ ଯଶସ୍ବୀ ଜୟସ୍ବାଲଙ୍କ ଅର୍ଦ୍ଧଶତକ ବଳରେ ୧୬ ଓଭରରେ ମ୍ୟାଚ ଜିତିଲା ରାଜସ୍ଥାନ । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ । ଆରମ୍ଭରୁ ହିଁ ଦଳ ଦମଦାର ପ୍ରଦର୍ଶନ କରିଥିଲା । ଶୁଭମନ ଗିଲ ଓ ସାଇ ସୁଦର୍ଶନ ଭଲ ଖେଳିଥିଲେ । ଗିଲ୍ ୨୯ ବଲରେ ୫୦ ରନ କରିଥିଲେ । ସେହିପରି ସୁଦର୍ଶନ ବି ପଡିଆରେ ଚଉକା ଓ ଛକାର ବର୍ଷା କରିଥିଲେ । ୧୦ ଓଭରରେ ଗୁଜୁରାଟର ସ୍କୋର ୯୨-୦ ଥିଲା । ୧୧ ଓଭରରେ ଗୁଜୁରାଟକୁ ପ୍ରଥମ ଝଟକା ଲାଗିଥିଲା ଯେତେବେଳେ ସୁଦର୍ଶନ ଆଉଟ ହୋଇଥିଲେ । ସୁଦର୍ଶନ ୩୯ ରନ କରିଥିଲେ । ଏହାପରେ ଖେଳ ସମ୍ଭାଳିଥିଲେ ବଟଲର ଓ ଗିଲ୍ । ୧୫ ଓଭରରେ ଗୁଜୁରାଟ ସ୍କୋର ୧୫୦ ହୋଇଥିଲା । ୧୭ ଓଭରରେ ଆଉଟ ହୋଇଗଲେ ଶୁଭମନ ଗିଲ । ଶୁଭମନ ୫୦ ବଲରେ ୮୪ ରନ କରିଥିଲେ । ଏହାପରେ ବଟଲର ୫୦ ରନ କରିଥିଲେ । ଏଥିରେ ରାଜସ୍ଥାନକୁ ୨୧୦ ରନ ଟାର୍ଗେଟ ଦେଇଥିଲେ ।