ବ୍ରହ୍ମପୁର MKCG ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ):- 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

୧. ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲ ପାଇଁ ୧୦୧୪.୧୩ କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟରେ ପୁନଃବିକାଶ କାର୍ଯ୍ୟ କରାଯିବ।

୨. ପୁନଃବିକାଶ ପରେ ଏହାର ଶଯ୍ୟା ସଂଖ୍ୟା ୧୫୮୩ ରୁ ୨୦୩୩କୁ ବୃଦ୍ଧି ପାଇବ।

୩. ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ସୁବିଧା, ହଷ୍ଟେଲ, ଏକାଡ଼େମିକ ବିଲ୍ଡିଂ, ରୋଗୀ ସଂପର୍କୀୟଙ୍କ ରହଣୀସ୍ଥଳ, ଷ୍ଟାଫ କ୍ବାର୍ଟର, ଖେଳପଡିଆ, ଅଡିଟୋରିଅମ୍ ଭଳି ଉନ୍ନତ ଭିତ୍ତିଭୂମି ନିର୍ମାଣ ହେବ।

୪. ମେଡ଼ିକାଲ କଲେଜର ଭିତ୍ତିଭୂମି ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି।

୫. ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ବତୀ ଏସ୍ ଏବଂ ଓ.ବି.ସି.ସିର ପରିଚାଳନା ନିର୍ଦ୍ଦେଶକ ଓ ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here