ବନ୍ଦେମାତାରଂ ର ନୂତନ ଅନୁଷ୍ଠାନଗୃହ ଉଦଘାଟିତ 

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ):-  ପାରଳାଖେମୁଣ୍ଡି ସହର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ନିକଟରେ ବନ୍ଦେମାତାରଂ ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ର ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟିତ ହୋଇଯାଇଛି । ଗଜପତି ଜିଲ୍ଲା ପରିଷଦ ସଭାପତି ଗୋବରା ତିରୁପତି ରାଓ ମୁଖ୍ଯ ଅତିଥି ରୁପେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିବା ବେଳେ ଖାରଡା ସରପଂଚ ଅଖିଳ କୁମାର ପାତ୍ର ଏବଂ କାଉଁସିଲର କାଟିକି ରାମାରାଓ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନୃତ୍ୟ କେବଳ ଯେ ଅବସର ବିନୋଦନ ପାଇଁ ନୁହଁ ଏହା ଏକ କଳା ଯାହା ସମସ୍ତଙ୍କ ଦ୍ବାରା ସିଧି ହୋଇପାରିବ ନାହିଁ । ଏଥିପାଇଁ ନିଷ୍ଠା ଓ ସାଧନା ଦରକାର ଏବଂ କୁନି ବୟସ ରୁ ହିଁ ସଂଗୀତ ଓ ନୃତ୍ୟଶିକ୍ଷା କରିଲେ ଭଲ ଭବିଷ୍ଯତ ମଧ୍ଯ ଗଢ଼ି ହେବାର ପ୍ରସସ୍ଥ ପଥ ରହିବ ବୋଲି ଅତିଥି ମାନେ କହିଥିଲେ । ସୂଚନା ଯେ ୨୦୦୨ ମସିହାରୁ ଏହି ଉପାନ୍ତ ଓ ଆଦିବାସୀ ବହୁଳ ଜିଲ୍ଲାରେ ବନ୍ଦେମାତାରଂ ଦୀର୍ଘ ୨୩ ବର୍ଷ ହେଲା କାର୍ଯ୍ୟ କରିଆସୁଛି । ବହୁ ପ୍ରତିଭାବାନ ତିଆରି କରିଥିବା ଏହି ଅନୁଷ୍ଠାନ ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛି । ବର୍ତ୍ତମାନ ଅନୁଷ୍ଠାନ ରେ ୩୨ ଜଣ ପିଲା ଶିକ୍ଷାର୍ଥୀ ଥିବା ବେଳେ ପାଞ୍ଚ ଜଣ ପୋଖତ ଗୁରୁ ଅଛନ୍ତି । ଏମାନଙ୍କ ସହ ରାଜୀବ ଲୋଚନ ପଣ୍ଡା, ପ୍ରମୋଦ, ରବି ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଅମୂଲ୍ୟ ପାତ୍ର ପ୍ରମୁଖ ସହ ସଭାପତି ପ୍ରସାନ୍ତ କୁମାର ପଟ୍ଟନାୟକ ଅନୁଷ୍ଠାନ କୁ ପରିଚାଳିତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here