RULES FOR BUYING AND SELLING SIM CARDS HAVE BEEN TIGHTENED

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :– ନୂଆ ସିମକାର୍ଡ କ୍ରୟବିକ୍ରୟ ପାଇଁ କଠୋର ହୋଇଛି ନିୟମ । ଡିସେମ୍ବର ୧ ତାରିଖରୁ ଲାଗୁ ହୋଇଛି ଏହି ନୂଆ ନିୟମ। ଏବେ ସିମ ବିକ୍ରୟ କରୁଥିବା ଡିଲର ଓ ସିମ କ୍ରୟ କରୁଥିବା ଗ୍ରାହକଙ୍କ ପାଇଁ ଏହି ନୂଆ ନିୟମ କାର୍ଯ୍ୟକାରୀ କରାଯିବ । ସିମକାର୍ଡ ବିକ୍ରୟ କରୁଥିବା ଡିଲରଙ୍କୁ ଏଣିକି ପୋଲିସ ଓ ବାୟୋମେଟ୍ରିକ ଯାଞ୍ଚ ସହ ପଞ୍ଜିକରଣ କରିବାକୁ ପଡିବ । ବ୍ୟବସାୟୀଙ୍କ ପୋଲିସ ଯାଞ୍ଚର ସମ୍ପୂର୍ଣ୍ଣ ଦାୟିତ୍ୱ ଟେଲିକମ ଅପରେଟରଙ୍କ ଉପରେ ନ୍ୟସ୍ତ ଥିବାବେଳେ ନିୟମ ଖିଲାପୀ କଲେ ଦେବାକୁ ପଡିବ ୧୦ଲକ୍ଷ ଟଙ୍କା ଜରିମାନା । ସେହିଭଳି ଗ୍ରାହକଙ୍କ କ୍ଷେତ୍ରରେ ଜଣେ ଗ୍ରାହକ ଗୋଟିଏ ଆଧାର ପରିଚୟ ପତ୍ରରେ ସର୍ବାଧିକ ୯ଟି ସିମ କାର୍ଡ କିଣିପାରିବେ । ସିମ କିଣିବା ପାଇଁ କ୍ୟୁଆର କୋର୍ଡ ସ୍କାନ ସହ ଡେମୋଗ୍ରାଫି ତଥ୍ୟ ଦେବାକୁ ପଡିବ । ଯଦି ଆପଣ କୌଣସି କାରଣ ବଶତଃ ଆପଣଙ୍କର ସିମ କାର୍ଡ ବନ୍ଦ କରିଦେଉଛନ୍ତି,ତେବେ ୯୦ଦିନ ମଧ୍ୟରେ ସେହି ସିମ ଅନ୍ୟଜଣେ ଗ୍ରାହକଙ୍କୁ ପ୍ରଦାନ କରାଯିବ । ବର୍ତମାନ ବେଆଇନ ସିମକାର୍ଡ ଯୋଗୁଁ ବାରମ୍ବାର ଅନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାବେଳେ ଏହା ଉପରେ ରୋକ ଲଗାଇବା ସରକାରଙ୍କ ପାଇଁ ମୁନ୍ଧବିନ୍ଧାର କାରଣ ହୋଇଛି । ଯାହାଫଳରେ ସରକାର ଠକେଇ ଓ ସାଇବର ସ୍କାମ ସହିତ ବିଭିନ୍ନ ଅନୈତିକ କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇବା ପାଇଁ ଏହି ପରିବର୍ତ୍ତନ ଆଣିଛନ୍ତି । ତେବେ ଏହି ନିୟମ ଅନୁଯାୟୀ, ବଡ଼ ଟେଲିକମ୍ କମ୍ପାନୀଗୁଡିକ ମଧ୍ୟ ସେମାନଙ୍କର ସିମ୍ କାର୍ଡ ବିକ୍ରି କରୁଥିବା ଦୋକାନ ଗୁଡିକ ଉପରେ ନଜର ରଖିବାକୁ ପଡିବ । ସେମାନଙ୍କୁ ନିଶ୍ଚିତ କରିବାକୁ ପଡିବ ଯେ, ଏହି ଦୋକାନମାନେ ଏହି ନୂଆ ନିୟମକୁ ସଠିକ୍ ଭାବେ ପାଳନ କରୁଛନ୍ତି ନା ନାହିଁ । ଯାହା ଦ୍ବାରା ଗ୍ରାହକଙ୍କ ସୁରକ୍ଷାକୁ ନିଶ୍ଚିତ କରାଯାଇପାରିବ ।

ଏଥିସହ ଆସାମ, କାଶ୍ମୀର ଓ ଉତ୍ତର ପୂର୍ବ ଭଳି କେତେକ ଅଞ୍ଚଳରେ ଟେଲିକମ୍ ଅପରେଟରମାନଙ୍କୁ ସିମ୍ କାର୍ଡ ବିକ୍ରି କରୁଥିବା ଦୋକାନଗୁଡିକୁ ପୋଲିସ୍ ଯାଞ୍ଚ କରିବ ବୋଲି ଟେଲିକମ୍ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହା ପରେ ହିଁ ସେମାନଙ୍କୁ ନୂତନ ସିମ୍ କାର୍ଡ ବିକ୍ରୟ କରିବାକୁ ଅନୁମତି ଦିଆଯିବ । ମିଳିଥିବା ସୂଚନା ଅନୁଯାଇ ଅନୈତିକ କାର୍ଯ୍ୟରେ ଲିପ୍ତ ଯୋଗୁଁ ଏପର୍ଯ୍ୟନ୍ତ ୬୬ ହଜାର ଜାଲ ହ୍ୱାଟ୍ସ ଆପ ଆକାଉଣ୍ଟକୁ ଟେଲିକମ୍ ମନ୍ତ୍ରାଳୟ ରଦ୍ଦ କରିଥିବାବେଳେ ୬୭ ହଜାର ସିମ୍ ଡ଼ିଲରଙ୍କୁ ତାଲିକାଭୁକ୍ତ ୩୦୦ ମାମଲା ରୁଜୁ କରିଛି । ସେହିପରି ୫୨ ଲକ୍ଷ ସିମକୁ ରଦ୍ଦ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ୮ ଲକ୍ଷ ବ୍ୟାଙ୍କ ୱାଲେଟ୍ ଆକାଉଣ୍ଟକୁ ମଧ୍ଯ ଫ୍ରିଜ କରାଯାଇଛି । ସମସ୍ତ ନିୟମ ପରେ ମଧ୍ୟ ସିମ୍ କାର୍ଡ କୁ ନେଇ ଅନୈତିକ କାର୍ଯ୍ୟକଳାପ ଉପରେ ଆହୁରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here