ମାଳ ମାଳ ବେଆଇନ ଇଟାଭାଟି , ପ୍ରଶାସନ ନୀରବ ଦ୍ରଷ୍ଟା 

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ):-  ଗଜପତି ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ ଇଟାଭାଟି , ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ସବୁଠି ଗଢି ଉଠିଛି ମାଳ ମାଳ ବେଆଇନ ଇଟାଭାଟି | ଗ୍ରୀଷ୍ମର ଉତ୍ତାପ ସାଙ୍ଗକୁ ଇଟାଭାଟିର ଉତପ୍ତ ଧୂଆଁ ମଣିଷକୁ ଆଉଟୁ ପାଉଟୁ କରୁଛି , କିନ୍ତୁ ବାରମ୍ବାର ଅଭିଯୋଗ ସ୍ଵତେ ଜିଲା ପ୍ରଶାସନ ନିଦା ବୀଷ୍ଣ ସାଜିଛି | ବେଧଡକ ବେଆଇନ ଭାବରେ , ଆଇନର କଟକଣାକୁ ଖାତିର ନକରି ସବୁଠି ଚାଲିଛି ଇଟାଭାଟି , ପ୍ରଦୁଶଣ ବୋର୍ଡର ସମସ୍ତ ନିୟମକୁ ଉଲଘନ୍ନ କରି ମନ ଇଛା ମାଳ ମାଳ ଇଟାଭାଟି ଚାଲିଥିଲେ ବି ପ୍ରଶାସନ ଜାଣିଶୁଣି ଚୁପ ବସିଛି ,ଫଳରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଅଭାବରୁ ଦୀନକୁ ଦୀନକୁ ବଢିବାରେ ଲାଗିଛି ବେଆଇନ ଇଟାଭାଟି ।

ସରକାର ପ୍ରଦୃଶଣ ରୋକିବା ସାଙ୍ଗକୁ ସଚେତନ କରିବା ସକାସେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି , କିନ୍ତୁ ଜିଲ୍ଲାରେ ଅଧୀକାଶଂ ଅଞ୍ଚଳ ଆଦୀବାସୀ ଅଦ୍ଧୁସିତ ହୋଇଥିବା ବେଳେ ସଚେତନ ଅଭାବରୁ ସେମାନେ ଏଭଳି କାର୍ଯ୍ୟରେ ଲିପ୍ତ ରହୁଛନ୍ତି ଯାହାର ଫାଇଦା ନେଉଛନ୍ତି ଇଟାଭାଟି ମାଲିକ ଆଉ ବ୍ୟବସାୟୀ ।

ଏମିତିକି କେତକ ସ୍ଥଳରେ ଜଙ୍ଗଲରୁ କାଠ ଆଣି ଇଟା ପୋଡୁଥିବା ମଧ୍ୟ ନଜର ରହିଛି । ଯାହା ଦ୍ଵାରା ଗୋଟିଏ ପଟେ ଜଙ୍ଗଲ ନଷ୍ଟ ଅନ୍ୟପଟେ ପ୍ରଦୁଶଣ ବୃଦ୍ଧି ପାଉଛି | ଜିଲ୍ଲାର ଗୋଷାଣୀ , ରାୟଗଡ , ନୁଆଗଡ , କାଶିନଗର, ଗୁମ୍ମା ,ଉଦୟଗିରି ତଥା ଅନାନ୍ୟ ପ୍ରାୟ ସମସ୍ତ ଅଞ୍ଚଳ ସହ ପାରଳାଖେମୁଣ୍ଡି ଉପକଣ୍ଠରେ ଗଢି ଉଠିଛି ଅନେକ ବେଆଇନ ଇଟାଭାଟି ।

ଲକ୍ଷ ଲକ୍ଷ ଇଟା ତିଆରି କରି ପରିବାର ପୋଷିବା ପାଇଁ ଖରାରେ ଆଉଟୁ ପାଉଟୁ ହୋଇ କାମ କରୁଥିବା ଶ୍ରମିକଙ୍କୁ ଠିକସେ ମଜୁରି ମିଳୁନଥିବା ବେଳେ ଭାଟି ମାଲିକ ମାଲା ମାଲ ହେଉଛନ୍ତି । ଅନ୍ୟ ପକ୍ଷରେ ମନଇଛା ସରକାରୀ ଜମିରୁ ମାଟି ଉଠାଇ ଇଟ ତିଆରି କରୁଛନ୍ତି | ତେବେ ପୂର୍ବ ଅଭିଯୋଗ ପ୍ରକାରେ ତହସିଲଦାର ମାନଙ୍କୁ ରିପୋର୍ଟ ମଗାଯାଇଥିଲା , ରିପୋର୍ଟ ହସ୍ତଗତ ହୋଇଛି ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ଅନୁପ ପଣ୍ଡା |

LEAVE A REPLY

Please enter your comment!
Please enter your name here