ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ବୋର୍ଡ ଅଫିସରେ ପ୍ରକାଶ ପାଇବ ପରୀକ୍ଷା ଫଳ । ସନ୍ଧ୍ୟା ୬ଟା ପରଠୁ ଓ୍ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । www.bseodisha.ac.inରେ ଉପଲବ୍ଧ ହେବ ପରୀକ୍ଷା ଫଳ । ମାଟ୍ରିକ ପରୀକ୍ଷା ଦେବା ପରେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରେଜଲ୍ଟକୁ ଅପେକ୍ଷା କରିଛନ୍ତି । ଚଳିତବର୍ଷ ରାଜ୍ୟରେ ୫, ୧୦, ୭୭୮ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟକୁ ମିଶାଇ ଅଛନ୍ତି ମୋଟ୍ ୫, ୨୨, ୩୩୬ ଜଣ ପରୀକ୍ଷାର୍ଥୀ । ତେବେ ମାଟ୍ରିକ ପରୀକ୍ଷା ଦେବା ପରେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରେଜଲ୍ଟକୁ ଅପେକ୍ଷା କରିଛନ୍ତି ।