ମ୍ୟାଟ୍ରିକ ରେଜଲ୍ଟ ରେ ଗଜପତି ଜିଲ୍ଲା ରାଜ୍ୟରେ ଟପ୍ପର,ପାସ ହାର – ୯୯.୩୫ ପ୍ରତିଶତ

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ):- ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ଦିନ ପ୍ରକାଶ ପାଇଛି । ଗଜପତି ଜିଲ୍ଲାରେ ୯୯.୩୫ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷା ପାସ୍ ହାର ବା ଫଳା ଫଳରେ ରାଜ୍ୟରେ ଟପ୍ପର ରହିଥିବାର ଜଣାପଡିଛି । ଜିଲ୍ଲାରେ ସମୁଦାୟ ୭୪୯୯ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏଥିମଧ୍ୟରେ ଛାତ୍ରଙ୍କ ସଂଖ୍ୟା ୩୮୦୯ ଜଣ ଏବଂ ଛାତ୍ରୀଙ୍କ ସଂଖ୍ୟା ୩୬୯୦ ଜଣ ରହିଛନ୍ତି । ଏ୧ରେ ୧୫ ଜଣ, ଏ୨ରେ ୬୩୩ ଜଣ, ବି୧ ରେ ୨୨୫୪ , ବି୨ -ରେ ୨୩୬୫ , ସି ରେ ୧୩୩୧, ଡି ରେ ୭୪୫ , ଇରେ ୧୫୬ ଏବଂ ଏଫ୍ ଗ୍ରେଡ୍ ରେ ୪୨ ଜଣ ରହିଛନ୍ତି । ଏ୧ ଗ୍ରେଡ୍ ର ୧୫ ଜଣଙ୍କ ମଧ୍ୟରେ କେଏମ୍ ଭାଲିଆ ସାହି ସରକାରୀ ଉଚ୍ଚ ବିଦ୍ୟାଳୟର ୩ ଜଣ, ତାଟିପାଟି ହାଇସ୍କୁଲର ଜଣେ, ଭୁଷୁକୁଡି ହାଇସ୍କୁଲର ଜଣେ, ରଣଦେବୀ ସ୍ଥିତ ସରକାରୀ ଅନୁଦାନ ପ୍ରାପ୍ତ ହାଇସ୍କୁଲରୁ ଜଣେ, ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ୨ ଜଣ, ଖଣି ସ୍ଥିତ ସରକାରୀ ଏସ୍ଏସଡି ହାସ୍କୁଲରୁ ଜଣେ, ଏନ୍.ଝାଲାରସିଂ ସ୍ଥିତ ସରକାରୀ ଏସଏସଡି ହାଇସ୍କୁଲରୁ ୨ ଜଣ ଏବଂ ଗୋଠକେଳି ସ୍ଥିତ ସରକାରୀ ହାଇସ୍କୁଲରୁ ୪ ଜଣ ରହିଛନ୍ତି ।

ମୋଟ ୧୬୦ ଗୋଟି ବିଦ୍ୟାଳୟର ୭୬୮୫ ଜଣ ଛାତ୍ର ଛାତ୍ରୀ ପରିକ୍ଷାରେ ସାମିଲ ହୋଇଥିଲେ | ନିଶ୍ଚିତ ଭାବରେ ଜିଲ୍ଲା ପାଇଁ ଗର୍ବର ବିଷ୍ୟ ଏବଂ ଏହା ଏକ ଜିଲ୍ଲା ଶିକ୍ଷା ବିଭାଗର ବଡ ସଫଳତା , ଏହି ସଫଳତାର ଶ୍ରେୟ ଶିକ୍ଷାଦାନ ପ୍ରକୀୟାରେ ସାମିଲ ହୋଇଥିବା ସମସ୍ତ ଶିକ୍ଷକ ଙ୍କୁ ଦେଇଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ପରିଶ୍ରମକୁ ମଧ୍ୟ ପ୍ରାଧ୍ୟାନ୍ୟ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ , ସେହିପରି ଜିଲ୍ଲାପାଳଙ୍କ ନିର୍ଦ୍ଧେଶ ଅନୁସାରେ ପ୍ରୟାସ ସୁପର ୩୦ କାର୍ଯ୍ଯକ୍ରମ ହାତକୁ ନିଆଯାଇଥିଲା ଯାହାର ସୁଫଳ ପାଇଛୁ ବୋଲି କହିଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ | ସେହିପରି ଜିଲ୍ଲାରେ ସର୍ବାଧିକ ୫୬୬ ନମ୍ବର ୯୪ ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନରେ ଅଛନ୍ତି ପାରଳାଖେମୁଣ୍ଡି ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରୀ ପ୍ରଜ୍ୟୋତି ଚୌଧିରି | ସେ ଆଶାନୁରୂପକ ଫଳ ପାଇଥିବା ଏବଂ ଅଧ୍ୟାପିକା ହେବା ପାଇଁ ଆଶା ରଖିଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here