ପାରଳାଖେମୁଣ୍ଡି, ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଶ୍ରମିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସଦର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଜିଲ୍ଲା ଶ୍ରମ ଅଧିକାରୀ ଭାରତୀ ବେହେରା, ସହକାରୀ ଅଧିକାରୀ ପ୍ରମୁଖ ଯୋଗଦେଇ ଶ୍ରମ ଦିବସର ଗୁରୁତ୍ୱ ବିଷୟରେ ଉପସ୍ଥାପନ କରିବା ସହ ଜିଲ୍ଲାର ସମସ୍ତ ବର୍ଗର ଶ୍ରମିକଙ୍କ ନିମନ୍ତେ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ପ୍ରଦାନ କରାଯାଉଛି ବୋଲି କହିଥିଲେ।
ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ତରଫରୁ ଅଣ ସଙ୍ଗଠିତ ଶ୍ରମିକଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରାଯାଉଛି। ଶ୍ରମିକ ମାନେ ପଞ୍ଜିକରଣ ନିମନ୍ତେ ଆବଶ୍ୟକୀୟ ଯୋଗ୍ୟତା ରହିଅଛି, ଏଣୁ ଅଣ ସଙ୍ଗଠିତ ଶ୍ରମିକ ମାନେ ବିନା ମୂଲ୍ୟରେ ପଞ୍ଜିକରଣ କରିପାରିବେ, କିମ୍ବା ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ସଂପୂର୍ଣ୍ଣ ସହାୟତା ପାଇପାରିବେ। ଶ୍ରମିକ ମାନେ ପଞ୍ଜିକରଣ କରିବା ପାଇଁ ନିଜ ଆଧାର କାର୍ଡ, ଭୋଟର କାର୍ଡ, ବ୍ୟାଙ୍କ ପାସ ବୁକ୍ ଓ ନିଜ ପାସ ଫୋଟ ସହିତ ହିତାଧୀକାରୀ ମାନେ ଅନଲାଇନ୍ ମାଧ୍ଯମରେ କିମ୍ୱା ଜିଲ୍ଲା ଶ୍ରମ ଅଧିକାରୀଙ୍କ ଠାରେ ଆବେଦନ କରିପାରିବେ ଏବଂ ନିଜେ ଏହି ବିଷୟରେ ଜାଣି ଅନ୍ୟମାନଙ୍କୁ ମଧ୍ଯ ସଚେତନତା କରିବା ପାଇଁ ଶ୍ରମିକ ମାନଙ୍କୁ ଅନୁରୋଧ କରିଥିଲେ ଜିଲ୍ଲାପାଳ । ଏହି ସମାରୋହରେ ଜିଲ୍ଲାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନରେ ମୋଟ ୩୮୪ ଜଣଙ୍କୁ ବିବାହ ,ପ୍ରସୂତି, ମୃତ୍ୟୁ ଓ ଅନ୍ତିମ ସଂସ୍କାର ଭଳି ବିଭିନ୍ନ ସୁବିଧା ପ୍ରଦାନ କରାଯାଇଛି। ସେଥି ମଧ୍ୟରେ DBT ମୋଡ ମାଧ୍ୟମରେ ହିତାଧୀକାରୀ ମାନଙ୍କ ଆକାଉଣ୍ଟ କୁ ୧ କୋଟି ୭୭ ଲକ୍ଷ ୩୫ ହଜାର ୬୦୦ ଶହ ଟଙ୍କା ସିଧାସଳଖ ପଠାଯାଇଛି। ଶିକ୍ଷା ସହାୟତା ବାବଦକୁ ୨୩୬ ଜଣ ହିତାଧିକାରୀଙ୍କୁ ୧୯ ଲକ୍ଷ ୬୦ ହଜାର ୬୦୦ଟଙ୍କା ପ୍ରଦାନ କରାଯାଇଛି, ବିବାହ କାଳୀନ ସହାୟତା ରାଶି ବାବଦକୁ ୪୬ ଜଣ ହିତାଧିକାରୀଙ୍କୁ ୨୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ପ୍ରସୂତି କାଳୀନ ସହାୟତା ବାବଦକୁ ୪ ଜଣଙ୍କୁ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ମୃତ୍ୟୁ କାଳୀନ ସହାୟତା ରାଶି ବାବଦକୁ ୪୮ ଜଣଙ୍କୁ ୧ କୋଟି ୨୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ୪୭ ଜଣଙ୍କୁ ହିତାଧିକାରୀଙ୍କୁ ୨ ଲକ୍ଷ ୩୫ ହଜାର ଟଙ୍କା ଓ ୩ ଜଣ ଅଣସଙ୍ଗଠିତ ଶ୍ରମିକଙ୍କୁ ୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ୫୦ ଜଣ ନୂତନ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ଅତିଥିମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଭିନ ବ୍ଲକର କୁଶଳୀ, ଅଣକୁଶାଳୀ ଓ ସଂଗଠିତ, ଅଣ ସଙ୍ଘଠିତ ବହୁ ସଂଖ୍ୟାରେ ନିର୍ମାଣ ଶ୍ରମିକମାନେ ଯୋଗ ଦେଇଥିଲେ।