ବିପ୍ଲବୀ ପରିକ୍ରମା ଡିଜିଟାଲ :- ଘରୋଇ ଗ୍ରାଉଣ୍ଡରେ କମାଲ କଲା ଗୁଜୁରାଟ ଟାଇଟନ୍ସ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲର ୫୧ ନମ୍ବର ମ୍ୟାଚରେ ହାଇଦ୍ରାବାଦ ସନରାଇର୍ଜସକୁ ୩୮ ରନରେ ହରାଇଲା ଗୁଜୁରାଟ । ହାଇଦ୍ରାବାଦ ଆଗରେ ଥିଲା ୨୨୫ ରନର ଟାର୍ଗେଟ । ଟାର୍ଗେଟକୁ ପିଛା କରି ୬ ୱିକେଟରେ ୧୮୬ ରନ କରିବାରେ ସକ୍ଷମ ହୋଇଥିଲା । କାମ ଦେଲାନି ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ । ଚଳିତ ଆଇପିଏଲ ସିଜିନରେ ଗୁଜୁରାଟ ଟାଇଟନ୍ସର ୧୦ ତମ ମ୍ୟାଚରେ ଏହା ହେଉଛି ସପ୍ତମ ବିଜୟ । ସେହିପରି ହାଇଦ୍ରାବାଦର ଏହା ହେଉଛି ସପ୍ତମ ପରାଜୟ । ଏହି ବିଜୟ ପରେ ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି ଗୁଜୁରାଟ । ଏଥିସହ ହାଇଦ୍ରାବାଦ ନବମ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଅଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ପରାଜୟ ପରେ ପ୍ଲେ ଅଫରେ ପହଞ୍ଚିବା ହାଇଦ୍ରାବାଦ ପାଇଁ କଷ୍ଟସାଧ୍ୟ ହୋଇପାରେ । ଟାର୍ଗେଟକୁ ପିଛା କରି ସନରାଇଜର୍ସ ହାଇଦ୍ରାବାଦ ପ୍ରଥମରୁ ଭଲ ପ୍ରଦର୍ଶନ କରିଥିଲା l ଏଥର ମ୍ୟାଚରେ ଦ୍ରୁତ ବୋଲର କୋଏଣ୍ଟଜି ଡେବ୍ୟୁ କରିଛନ୍ତି ।