ବିପ୍ଲବୀ ପରିକ୍ରମା ଡିଜିଟାଲ :- ଗତ ମେ ୧ ତାରିଖ ସନ୍ଧ୍ୟାରେ କିଟ୍ ଲେଡିଜ ହଷ୍ଟେଲରୁ ପ୍ରୀଶାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପରିବାରଲୋକେ ଭୁବନେଶ୍ବରରେ ପହଞ୍ଚିବା ପରେ ପୋଷ୍ଟମର୍ଟମ କରାଯାଇଥିଲା । ଏହା ପରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଛି । ତେବେ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ନା ହତ୍ୟା । ଝିଅର ମୃତ୍ୟୁକୁ ନେଇ ଭାଙ୍ଗି ପଡିଛି ପୂରା ପରିବାର । ଛାତ୍ରୀ ଜଣକ ବିଟେକ ପଢୁଥିବା ବେଳେ ଏଭଳି ଦୁଃଖଦ ଘଟଣାକୁ ନେଇ କୋହ ସମ୍ଭାଳିପାରୁନାହାନ୍ତି ପରିବାର ଲୋକେ । ଏନେଇ ମୃତ ଛାତ୍ରୀଙ୍କ ବାପା କହିଛନ୍ତି ଆମ ଝିଅକୁ ନ୍ୟାୟ ଦରକାର ।ଏହାକୁ ନେଇ ମୃତ ଛାତ୍ରୀଙ୍କ ପିଉସା ରାଜେଶ କୁମାର କହିଛନ୍ତି, ‘ଯେଉଁ ଘଟଣା ଘଟିଛି ଦୁଃଖଦ । କିନ୍ତୁ କଲେଜ ପ୍ରଶାସନର ବେପରୁଆ ମଧ୍ୟ ରହିଛି । କଲେଜ ମ୍ୟାନେଜମେଣ୍ଟ ହୁଅନ୍ତୁ ବା ଅନ୍ୟ କିଛି । ଯେଉଁ ଝିଅର ମୃତ୍ୟୁ ହୋଇଛି ସେ ଏତେ ନରମ ହୃଦୟର ନଥିଲା । ସେ ସାହସୀ ଥିଲା । ଭାଇ ଲୋକଙ୍କ ସହ ନିତିଦିନ କଥାବାର୍ତ୍ତା ହେଉଥିଲା । ମଝିରେ ମଝିରେ ମଧ୍ୟ ଭାଇ ଓ ବାପା ମାଆଙ୍କ ସହ କଥା ମଧ୍ୟ ହେଉଥିଲା । କିନ୍ତୁ ମାହୋଲ ଠିକ ନଥିଲା । ଏଠି ପରୀକ୍ଷା ଥିଲା । ଘଟଣା ଦିନ ବାପା ମା’ଙ୍କ ସହ କଥା ହୋଇଥିଲା । ଦିନରେ କଥା ହୋଇଥିଲା ସନ୍ଧ୍ୟାରେ ଏପରି ଖବର ଆସିବା ।’ସେ ଆହୁରି କହିଛନ୍ତି, ‘ ଏହି ଘଟଣାକୁ ବୁଲାଇବାକୁ ଚେଷ୍ଟା କରାଯାଉଛି । ଏହି ଷଡ଼ଯନ୍ତ୍ରକୁ ମୋଡ଼ି କରି ପୂର୍ବ ଥର ଭଳି ବୁଲେଇବାକୁ ଚେଷ୍ଟା କରାଯାଉଛି । ଯେଉଁ ପୁଅ ସହ ଝିଅ କଥା ହେଉଥିଲେ। ସେ ତା ନିଜ ପିଉସୀର ପୁଅ । ତା ସହ କଥା ହେଉଥିଲା ସେ କିଛି ଦିନ ହେବ । ଯେହେତୁ ସେମାନେ ସମାନ ବୟସର । ନିଜ ମାମୁ ଝିଅ ସହ କଥା ହେବାପରେ ସମସ୍ୟା କଣ । ସେମାନେ ଅନେକ ସମୟରେ ଆଇପିଏଲ କ୍ରିକେଟ୍ ମ୍ୟାଚ ବିଷୟରେ ମଧ୍ୟ କଥା ହେଉଥିଲେ ।’
ଅନ୍ୟପଟେ ଏନେଇ ୟୁନିଭରସିଟି ଗ୍ରାଣ୍ଡ କମିସନ ୟୁଜିସି ପକ୍ଷରୁ କିଟରେ ଘଟିଥିବା ଦୁଇଟି ଘଟଣା ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡି କମିଟି ଗଠନ ପାଇଁ ଏକ ନିର୍ଦେଶନାମା ଜାରି କରାଯାଇଛି । ଯେଉଁଥିରେ ଉଲ୍ଲେଖ କରାଯାଇଛି ଚାରି ଜଣିଆ କମିଟି ଗତ ୧୬ଫେବୃଆରୀ ଓ ୧ମେ ରେ ଘଟିଥିବା ଦୁଇଟି ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ଯାଇ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟି ସେମାନଙ୍କର ସେଫଟି ସିକ୍ୟୁରିଟି ନେଇ ପଚରାଉଚରା ପରେ ରିପୋର୍ଟ ସଂଗ୍ରହ କରିବେ ।ଏହି ଟିମରେ IGNOUର ଭିସି ପ୍ରଫେସର ନାଗେଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ପ୍ରଫେସର ଶଶିକଳା ଓ୍ବଞ୍ଜାରି, ପ୍ରଫେସର ଏଚସିଏସ ରାଠୋର ଦୁଇ ସଦସ୍ୟଙ୍କ ସହ ସମନ୍ବୟ ଅଧିକାରୀ ଭାବରେ ଡକ୍ଟର ସୁନିତା ସ୍ବିଓ୍ବାଚ ୟୁଜିସିର ଜଏଣ୍ଟ ସେକ୍ରେଟାରି ମଧ୍ୟ ମିଶି ଏହାର ଏକ ରିପୋର୍ଟ ୧୦ଦିନ ମଧ୍ୟରେ ୟୁଜିସି ପାଖରେ ଉପସ୍ଥାପନା କରିବେ।