ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା, ରାଜଧାନୀରେ ଦେଖିବାକୁ ମିଳୁଛି କାଳବୈଶାଖୀର ତାଣ୍ଡବ ସାଙ୍ଗକୁ ଧୂଳିଝଡ଼ ସହ ପ୍ରବଳ ବର୍ଷା। କାଳବୈଶାଖୀ ନେଇ ୨୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୬ ଦିନ ଅର୍ଥାତ ୯ ତାରିଖ ଯାଏଁ ବର୍ଷା ରାଜ୍ୟରେ ବର୍ଷା ଲାଗି ରହିବ କିନ୍ତୁ ଆଗାମୀ ୨ ଦିନ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହେବାର ଆଶଙ୍କା ରହିଛି । ସେହିପରି ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ବହିବ । ୫ ତାରିଖରେ ବର୍ଷାର ପରିମାଣ କମିଲେ ମଧ୍ୟ ବିଜୁଳି ଘଡ଼ଘଡ଼ି ରହିବ । ୬ ତାରିଖରେ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ଝଟକା ପବନ ୪୦ ରୁ ୫୦ କିମି ବେଗରେ ବହିବ l ଅସମ୍ଭାଳ ଗରମ ସହ ଗୁଳୁଗୁଳି ଜାରି ରହିବା ସହ ଆଗାମୀ ୬ ତାରିଖ ଯାଏଁ ଜାରି ରହିବ କାଳବୈଶାଖୀ ବର୍ଷା । ପରେ ରାଜ୍ୟକୁ ପୁଣି ଫେରିବ ପ୍ରବଳ ଗ୍ରୀଷ୍ମ ପ୍ରବାହ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ l