ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଦେଶର ସମସ୍ତ ପ୍ରମୁଖ ପର୍ଯ୍ୟଟନସ୍ଥଳ ଏବେ ହାଇ ଆଲର୍ଟରେ। ଏଥିସହ ରାଜ୍ୟର ସମସ୍ତ ମନ୍ଦିର ଓ ପର୍ଯଟନସ୍ଥଳ ଆଦି ମଧ୍ୟ ଏବେ କଡ଼ା ନଜରରେ ରହିଛି। ଆଉ ଏସବୁ ମଧ୍ୟରେ ଲିଙ୍ଗରାଜ ମନ୍ଦିର ବେଢ଼ାରେ ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ ଙ୍କ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ସମାନ ସେବାୟତଙ୍କ ସହ ଦୁଇଟି ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ସେଥିମଧ୍ୟରୁ ଗୋଟିଏ ୬ ମାସ ତଳର ହୋଇଥିବା ବେଳେ ଗୋଟିଏ ଏବେର ବୋଲି କୁହାଯାଉଛି।
ଏନେଇ ବ୍ରାହ୍ମଣ ନିଯୋଗ ସମିତିର ସମ୍ପାଦକ ବିରଞ୍ଚିନାରୟଣତ ପତିଙ୍କ କହିବା ହେଲା, “ପୁର୍ବରୁ ଅନେକ ଥର ଏପରି ମୋବାଇଲ ଭିତରକୁ ଯାଇଛି। ଆମେ ଦେଖିଛୁ ଏବେ ଅନେକେ ଲୋକ ଭିତରକୁ ମୋବାଇଲ ନେଇ ସେଲଫି ଓ ଫଟୋ ଉଠାଉଛନ୍ତି। ତେଣୁ ଏସବୁ ଉପରେ ମନ୍ଦିର ପରିଚାଳନା କମିଟିବା ଉପଜିଲ୍ଲାପାଳ ମିଶି ତଦାରଖ କରିବା ଦରକାର। ଏନେଇ ପୁର୍ବରୁ ମଧ୍ୟ ଅନେକ ଥର ସେବାୟତଙ୍କୁ ତାଗିଦ୍ କରାଯାଇଥିବା ସେ କହିଛନ୍ତି।”