ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’

0

ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ):-  ଜଗନ୍ନାଥ ପ୍ରେମୀଙ୍କ ପ୍ରବଳ ବିରୋଧ ପରେ ମୁଣ୍ଡ ନୁଆଇଁଲେ ମମତା l ଚାରିଆଡୁ ତୀବ୍ର ବିରୋଧ ପରେ ଶେଷରେ ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ପଶ୍ଚିମବଙ୍ଗ ସରକାର । ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରେ ‘ଧାମ’ ନାମକରଣକୁ ନେଇ ବିବାଦ ଦେଖାଯାଇଥିଲା । ଏହାକୁ ଜଗନ୍ନାଥ ପ୍ରେମୀ ତୀବ୍ର ବିରୋଧ କରିଥିଲେ । ଶେଷରେ ମନ୍ଦିରରୁ ‘ଧାମ’ ଶବ୍ଦ ଉଠାଇ ଦେଇଛନ୍ତି । ସେପଟେ ଦୀଘା ଜଗନ୍ନାଥ ମନ୍ଦିର ଦାରୁ ବିବାଦ ନେଇ ଆସିଛି ତଦନ୍ତ ରିପୋର୍ଟ । ଦୀଘା ଜଗନ୍ନାଥ ମନ୍ଦିରରେ ବଳକା ଦାରୁରୁ ମୂର୍ତ୍ତି ନିର୍ମାଣ ଦ୍ବନ୍ଦ୍ବ ଦୂର କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜଗନ୍ନାଥ ପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପରେ ଦୀଘା ଜଗନ୍ନାଥ ଧାମ ନାମକରଣକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତ୍ୟାହାର କରିଛନ୍ତି । ଦୀଘା ଜଗନ୍ନାଥ ମନ୍ଦିରକୁ ଗତ ଅକ୍ଷୟ ତୃତୀୟାରେ ଉଦଘାଟନ କରାଯାଇଥିଲା । ଏହାକୁ ଜଗନ୍ନାଥ ଧାମ ନାମ ଦେଇଥିଲେ ମମତା ବାନାର୍ଜୀ । ଏହାକୁ ନେଇ ସବୁ ମହଲରେ ବିରୋଧ ଆରମ୍ଭ ହୋଇଥିଲା । ପୁରୀ ସହ ଦେଶରେ ଥିବା ଚାରି ଧାମକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ଥାପନ କରିଥିଲେ। ତେବେ ଦୀଘାରେ ହୋଇଥିବା ନବ ନିର୍ମିତ ଜଗନ୍ନାଥ ମନ୍ଦିରକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଜଗନ୍ନାଥ ଧାମ’ ନାମ କରଣ ଦେବା ପରେ ବିବାଦ ଆରମ୍ଭ ହୋଇଥିଲା । ଶ୍ରୀମନ୍ଦିର ସେବାୟତଙ୍କ ଠାରୁ ଆରମ୍ଭ କରି ଜଗନ୍ନାଥ ପ୍ରେମୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପଦକ୍ଷେପକୁ କଡା ବିରୋଧ କରିଥିଲେ । ତେବେ ଶେଷରେ ଚାପ ଆଗରେ ମୁଣ୍ଡ ନୂଆଁଇ ଦୀଘାକୁ ଜଗନ୍ନାଥ ଧାମ ନାମକରଣକୁ ହଟାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

 

ଶ୍ରୀମନ୍ଦିର ପ୍ରଶାସନକୁ ତଦନ୍ତ ପାଇଁ ଚିଠି ଲେଖିଥିଲେ ଆଇନ ମନ୍ତ୍ରୀ । ତଦନ୍ତ ରିପୋର୍ଟରେ କଣ କଣ ଆସିଛି ତାହାର ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ l ମହାପ୍ରଭୁଙ୍କ ଦୈନିଦିନ କଣ କାର୍ଯ୍ୟ ରହିବ ଏନେଇ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରକୁ ଶ୍ରୀମନ୍ଦିର ପକ୍ଷରୁ ଖୁବ ଶୀଘ୍ର ମାର୍ଗଦର୍ଶିକା ଜାରିହେବ । ଜଗନ୍ନାଥ ଧାମ ଯାହା ଉଲ୍ଲେଖ କରାଯାଇଛି ସେଥିରେ ସମସ୍ତେ ଏହାକୁ ବିରୋଧ କରିଛନ୍ତି । ଧାମ ଶବ୍ଦର ନାମ କେବଳ ଚାରି ଧାମରେ ଲାଗିବ । ପଶ୍ଚିମ ବଙ୍ଗ ସରକାରଙ୍କୁ ସରକାରଙ୍କ ତରଫରୁ ଲେଖା ଯିବ ଏବଂ ଦୀଘା ଠାରେ ମହାଦୋଧି ନାମକୁ କାଟିବା ପାଇଁ ଜଣାଇବୁ ଯଦି ନ ମାନିଲେ ଆଇନଗତ ଆଶ୍ରୟ ନେବୁ । ସେବାୟତ ମାନେ କେଉଁଠିକୁ ଯିବେ ନ ଯିବେ ମାର୍ଗଦର୍ଶିକା ଜାରି ହେବ ।’ ସେ କହିଛନ୍ତି, ‘ଯାହାକୁ ନେଇ ଏତେ ଚର୍ଚ୍ଚା ଆଲୋଚନା ହୋଇଥିଲା ଯେ ବଳକା ଦାରୁ କାଠ ଯାଇକି ମୂର୍ତ୍ତି ତିଆରି ହୋଇଥିଲା ବୋଲି ଯେଉଁ କଥା ଆସିଥିଲା ଏହା ସମ୍ପୂର୍ଣ୍ଣ ମିଛ ।’ଆଇନମନ୍ତ୍ରୀ ଆହୁରି କହିଛନ୍ତି, ‘ଦଇତାପତି ନିଯୋଗ ସଭାପତିଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଆସିଥିଲା ସମାନ ଦିଆଯାଇଥିଲା ସେ କହିଛନ୍ତି ମୋର କୌଣସି ଉଦ୍ଦେଶ୍ୟ ନଥିଲା, ଭୁବେନେଶ୍ୱରର ଗୋଟିଏ ସୁଦର୍ଶନ ମହାରଣା ପାଖରୁ ତିଆରି କରିକି ନେଇଛନ୍ତି ସେ ଲିଖିତ ଜଣାଇଛନ୍ତି । ନିମ୍ବ କାଠରେ ମୂର୍ତ୍ତି ତିଆରି କରିକି ଦେଇଛନ୍ତି ବୋଲି ମହାରଣା ସ୍ୱୀକାର କରିଛନ୍ତି । ଶ୍ରୀମନ୍ଦିର ଆକ୍ଟ ଅନୁଯାଇ ପୁଣି ୭ ଦିନ ଭିତରେ ଜଣାଇବା ପାଇଁ କୁହାଯାଇଛି ସେଥିରେ ସନ୍ତୁଷ୍ଟ ନ ହେଲେ ମନ୍ଦିର ପ୍ରଶାସନ ଦଣ୍ଡିତ କରିବ । ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଵାଧିଛି । ଜଗନ୍ନାଥଙ୍କ କୌଣସି ଜିନିଷ ନେଇ କେହି ବଞ୍ଚିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି l

LEAVE A REPLY

Please enter your comment!
Please enter your name here