ପାରଳାଖେମୁଣ୍ଡି (ବିପ୍ଲବୀ ପରିକ୍ରମା ଡିଜିଟାଲ) : ସ୍ଥାନୀୟ ବିଶ୍ଵନାଥ କଲ୍ୟାଣ ମଣ୍ତପ ଠାରେ ପାରଳାଖେମୁଣ୍ଡିର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ସିଦ୍ଧାନ୍ତ ର ରୌପ୍ୟ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳନ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ଡ. ଅନ୍ନପୂର୍ଣ୍ଣା ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ, ବିଶିଷ୍ଟ ଅତିଥି ଭାବରେ ଗୁଣୁପୁର ଉପ ଜିଲ୍ଲାପାଳ ସୁଶ୍ରୀ କିରଣ୍ ଦୀପ କୌର୍ ସହତା, ସ୍ବତନ୍ତ୍ର ଅତିଥି ଭାବରେଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ଡ .ସିଦ୍ଧାର୍ଥ ଶଙ୍କର ପାଢ଼ୀ,ସମ୍ମାନନୀୟ ଅତିଥି ଭାବରେ ଡ.ସୁରେନ୍ଦ୍ର ନାଥ ସାହୁ, ଡ.ସୁଜିତ୍ କୁମାର ପଣ୍ଡା, ମଞ୍ଚରେ ଉପସ୍ଥିତ ଥିଲେ । ଏହି ଅବସରରେ ଉପାନ୍ତ ପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ର ଏବଂ ବି. କୋମଳlଙ୍ଗୀଙ୍କ ରଚିତ ପୁସ୍ତକ ଓଡ଼ିଶାର ଦକ୍ଷିଣାଞ୍ଚଳ ଆଧୁନିକତାର ଆବର୍ତ୍ତରେ ପ୍ରାଚୀନ ଶାବରୀ ସଂସ୍କୃତି ଅତିଥି ମାନଙ୍କ ଦ୍ଵାରା ଲୋକାର୍ପଣ ହୋଇଥିଲା। ଏହା ସହିତ ରୌପ୍ୟ ଜୟନ୍ତୀ ବିଶେଷାଙ୍କ ସିଦ୍ଧାନ୍ତ ସ୍ବତନ୍ତ୍ର ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା। ଶବର ସଂସ୍କାର ଓ ସଂସ୍କୃତି ଏକ ପ୍ରାଚୀନ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ସହ ନିବିଡ଼ତା ରହିଥିବା ଅତିଥି ମାନେ ମତ ବ୍ୟକ୍ତ କରିଥିବା ବେଳେ । ଡ.ସୁରେନ୍ଦ୍ରନାଥ ସାହୁଙ୍କୁ ସିଦ୍ଧାନ୍ତ ସମ୍ମାନ ପ୍ରଦାନ କରାଯାଇଥିଲା। ଲାବଣ୍ୟ ଶବର,ତାରିଣୀସେନ ଦାଶ, କୃଷ୍ଣ ଶବର, ଫାଲ୍ ଗୁନି ଶବର,ଗାୟତ୍ରୀ ଶବର,ହାରାବତୀ ଗମାଙ୍ଗ, ଆମ୍ରିତ୍ ପାଣିଗ୍ରାହୀ,ଙ୍କୁ ସିଦ୍ଧାନ୍ତ ପତ୍ରିକା ସମ୍ମାନ ପ୍ରଦାନ କରାଯାଇଥିଲା । ତ୍ରିପତି ପ୍ରସାଦ ପଣ୍ଡା, ମୂରଲୀଧର ପରିଛା,ବିଷ୍ଣୁ ପଣ୍ଡା,ସ୍ନେହl ବେହେରା,ରାଜେଶ୍ୱରୀ ସ୍ୱାଇଁ, ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକ ଆଦି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।