ପାରଳାଖେମୁଣ୍ଡି ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ 

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ) :- ରକ୍ତ ଭଣ୍ଡାରରେ ରକ୍ତର ଅଭାବ। ରୋଗୀଙ୍କୁ ମିଳୁନି ରକ୍ତ। ରକ୍ତ ଅଭାବରୁ ମୃତ୍ୟୁ ମୁଖରେ ପଡୁଛନ୍ତି ରୋଗୀ। ଗମ୍ଭୀର ସ୍ଥିତି ଉପୁଜିଛି ଗଜପତି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରରେ | ରକ୍ତ ଯୋଗାଡ଼ ପାଇଁ ନାହଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ରୋଗୀଙ୍କ ସମ୍ପର୍କୀୟ। ରକ୍ତଦାନ ଶିବିର ଆୟୋଜନରେ ଆଉ ଆଗ୍ରହତା ଦେଖା ଯାଉନାହିଁ। ଫଳରେ ରକ୍ତଭଣ୍ଡାର ଏବେ ଘୋର ସଙ୍କଟ ଦେଇ ଗତି କରୁଛି । ରକ୍ତଦାନ କରିବା ଅନ୍ୟର ଜୀବନ ବଞ୍ଚାଇବା। ରକ୍ତ ଅଭାବରୁ ଯେପରି କାହାରି ମୃତ୍ୟୁ ନ ହୁଏ ସେଥିପାଇଁ କୁହାଯାଏ ରକ୍ତଦାନ ମହାପୂଣ୍ୟ। ଯାହାକୁ ଦୃଷ୍ଟିରେ ରଖି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥାଏ ରକ୍ତଦାନ ଶିବିର। ହେଲେ ଦୀର୍ଘ ଦିନ ମଧ୍ୟରେ ଜିଲ୍ଲାର କୈାଣସି ସ୍ଥାନରେ ସେଭଳି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇନାହିଁ। ଫଳରେ ଆବଶ୍ୟକ ଅନୁସାରେ ଭଣ୍ଡାରରେ ଆଉ ଜମା ରହୁନାହିଁ ରକ୍ତ। ପୂର୍ବଭଳି ବିଜୁ ଜନତା ଦଳ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ, ସମ୍ବାଦ ଅନୁଷ୍ଠାନ ପକ୍ଷରୁ ଆମ ଓଡ଼ିଶା ରକ୍ତଦାନ ଶିବିର, ପୋଲିସ ସଂଘ , ମହାବିଦ୍ୟାଳୟର ଛାତ୍ର ସଙ୍ଗଠନ ଛଡା ଗୁରୁତ୍ଵପୂର୍ଣ୍ଣ ଦିନ ଗୁଡ଼ିକରେ ବିଭିନ୍ନ ଯୁବ ସଂଗଠନ , ସାମାଜିକ ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ଆଗଭଳି ଆଉ ରକ୍ତଦାନ ଶିବିର ଅନୁଷ୍ଠିତ ହେଉନାହିଁ। ବର୍ତ୍ତମାନ ଏସମସ୍ତ ଅନୁଷ୍ଠାନ ପକ୍ଷରୁ ଧିରେ ରକ୍ତ ଦାନ ପାଇଁଁ ଆଗ୍ରହତା ଦେଖାଯାଉନାହିଁ। ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ। ଆଉ ସେହି ସଂଘଠନ ମନକୁ ଅନୁରୋଧ କରିବାକୁ ମଧ୍ୟ କେହି ନାହାନ୍ତି | ସୂଚନା ପ୍ରକାରେ ଜିଲ୍ଲାରେ ମାସିକ ପ୍ରାୟ ୩୦୦ ୟୁନିଟ ରକ୍ତ ଆବଶ୍ୟକ ହେଉଛି। ଜିଲ୍ଲାର ୧୫ଶହରୁ ଉର୍ଦ୍ଧ୍ବ ରକ୍ତହୀନତା ରୋଗୀଙ୍କର ନିୟମିତ ରକ୍ତ ଆବଶ୍ୟକ ପଡେ । ଦୁର୍ଘଟଣା ହେଉ ଅବା ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ରକ୍ତ ନିତାନ୍ତ ଆବଶ୍ୟକ ପଡୁଛି । ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରରେ ରକ୍ତ ଅଭାବ ନିଶ୍ଚିତ ଭାବେ ଏକ ଚିନ୍ତାଜନକ ବିଷୟ ହୋଇଥିବା ବେଳେ ଜିଲ୍ଲାରେ ଗଜପତି ବ୍ଲଡ଼ ଡୋନର ନାମରେ ଏକମାତ୍ର ସ୍ବେଚ୍ଛାକୃତ ରକ୍ତଦାତାଙ୍କ ଦଳ ରକ୍ତ ଦାନ ପାଇଁଁ ସକ୍ରୀୟ ଥିବା ବେଳେ ଆବଶ୍ୟକତାକୁ ପୁରଣ କରିବାକୁ ପର୍ଯ୍ୟାପ୍ତ ହେଉନଥିବା ରକ୍ତ ଭଣ୍ଡାର ପକ୍ଷରୁ କୁହାଯାଉଛି। ବିଭିନ୍ନ ସ୍ତରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ କରିବାକୁ ଆହ୍ୱାନ ଦେଇଛନ୍ତି ରକ୍ତ ଭଣ୍ଡାର ଅଧିକାରୀ ଖଗେଶ୍ବର ବେହେରା । ଆବଶ୍ୟକ ପରମାଣର ରକ୍ତ ଏବଂ ଗୃପ ସଂଗୃହିତ ନଥିବାରୁ ରକ୍ତଦାତା ଯୋଗାଡ କରି ରକ୍ତ ବଦଳାଇ ନେବାପାଇଁ କୁହାଯାଉଥିବା ବେଳେ ଗ୍ରୀଷ୍ମ ଋତୁ ହେତୁ ରକ୍ତଦନ ସିବିର ଆୟୋଜନ ରେ ସମସ୍ଯା ଉପୁଜୁଛି ବୋଲି କହିଛନ୍ତି ରକ୍ତ ଭଣ୍ଡାର ଦାୟୀତ୍ଵ ରେ ଥିବା ଅଧିକାରୀ | ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରରେ ରକ୍ତ ଅଭାବ ନିଶ୍ଚିତ ଭାବେ ଏକ ଚିନ୍ତାଜନକ ବିଷୟ, ତେଣୁ ଲୋକଙ୍କୁ ଜୀବନ ଦାନ ଦେବା ନିମନ୍ତେ ବିଭିନ୍ନ ଯୁବ ସଙ୍ଗଠନ, ବିଭିନ୍ନ ରାଜନୈତିକ ଦଳ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ତଥା ପ୍ରଶାସନ ସ୍ତରରେ ରକ୍ତଦାନ କରିବା ପାଇଁ ପ୍ରଚେଷ୍ଟା କରିବା ଆବଶ୍ୟକ ରହିଛି।

LEAVE A REPLY

Please enter your comment!
Please enter your name here