ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନଗର ଭବନ ଠାରେ ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ ଆର୍ଟସ ଦ୍ବାରା ଆୟୋଜିତ ଏକାଦଶ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି, ଶେଷ ସଂଧ୍ୟାରେ ଦାମନଯୋଡି ର ପଞ୍ଚପଟ୍ଟମାଳି ନାଟ୍ୟ ଅନୁଷ୍ଠାନ ଦ୍ବାରା ନାଟକ “କଳାମଲ୍ଲୀ” ମଞ୍ଚସ୍ଥ ହୋଇଥିଲା, ଜିଲ୍ଲା ସଂସ୍କୃତି ପରିଷଦ ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ରେ ମୁଖ୍ୟ ଅତିଥି ଭାବେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ଓ ସେଞ୍ଚୁରିଆନ୍ ବିଶ୍ଵ ବିଦ୍ୟାଳୟର ପ୍ରଶାସନିକ ନିର୍ଦ୍ଦେଶକ ଦୁର୍ଗା ପ୍ରାସାଦ ପାଢ଼ୀ ତଥା କ୍ରିଏଟିଭ ଆର୍ଟସ୍ ର ସଭାପତି ନୃସିଂହ ଚରଣ ପଟ୍ଟନାୟକ ମଞ୍ଚାସୀନ ଥିଲେ l
ଦୀର୍ଘ ବର୍ଷ ଧରି ପାରଳା ମାଟି ରେ ନାଟକ ଉତ୍ସବ ଆୟୋଜନ କରି ମାଟି ପାଇଁ ସୁନାମ ଅର୍ଜନ ସହ ନାଟ୍ୟ କଳାକୁ ବଞ୍ଚାଇ ରଖିଥିବା ପାଇଁ ଆୟୋଜକଙ୍କୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ, ଏହି ଅବସରରେ ବରିଷ୍ଠ ମଞ୍ଚ ଅଭିନେତା ସୁବାଷ ଚନ୍ଦ୍ର ଦାସଙ୍କୁ ପାରଳା ନାଟ୍ୟ ସମ୍ମାନ ରେ ସମ୍ମାନିତ କରାଯାଇଥିଲା, ଜଗନ୍ନାଥ ସଂସ୍କୃତି ଓ କଥାବସ୍ତୁ ତଥା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଐଶରିୟ ସମ୍ପର୍କ କୁ ନେଇ ନାଟ୍ୟକାର ସୁଶାନ୍ତ ଦାସ ଙ୍କ ଦ୍ଵାରା ରଚିତ “କଳାମଲ୍ଲୀ” ନାଟକକୁ ନିର୍ଦ୍ଦେଶନା ଦେଇଥିଲେ ଶେଷଦେବ ଶତପଥୀ। କଳାକାରଙ୍କ ନିପୁଣ ଅଭିନୟ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଂଚ ସମ୍ମୁଖରେ ବାନ୍ଧି ରଖିଥିଲା। ତିନି ଦିନ ଧରି ଚାଲିଥିବା ଏହି ନାଟକ ମହୋତ୍ସବକୁ ଅନୁଷ୍ଠାନ ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।