ବିପ୍ଲବୀ ପରିକ୍ରମା ଡିଜିଟାଲ :- ବନ୍ଦ ରହିଲା ଇଣ୍ଡିଆନ ପ୍ରିମିୟର ଲିଗ-IPL ୨୦୨୫ । ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢୁଥିବା ବେଳେ ଅନିର୍ଦ୍ଦିିଷ୍ଟକାଳ ପାଇଁ ଚଳିତ ଆଇପିଏଲ ୨୦୨୫କୁ ସ୍ଥଗିତ ରଖାଯାଇଛି । ଏନେଇ ବିସିସିଆଇ ସୁତ୍ରରୁ ସୂଚନା ମିଳିଛି । ବିସିସିଆଇର ଜଣେ ଅଧିକାରୀ ସମ୍ବାଦ ସରବରାହ ସଂସ୍ଥା ପିଟିଆଇ କୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ” ଦେଶରେ ଯୁଦ୍ଧ ଚାଲିଥିବା ବେଳେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିବା ଭଲକଥା ନୁହଁ ।ପାକିସ୍ତାନ ରାଓ୍ବାଲପିଣ୍ଡି ଷ୍ଟାଡିୟମରେ ମିସାଇଲ ମାଡ଼ ପରେ ପାକିସ୍ତାନ ସୁପର ଲିଗ୍ ୟୁଏଇକୁ ସ୍ଥାନାନ୍ତରିତ କରାଯାଇଥିଲା । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଖେଳାଳୀ ଏବଂ ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ ଆଇପିଏଲକୁ ସ୍ଥଗିତ ରଖାଯାଇଛି ।ଚଳିତ ଆଇପିଏଲରେ ମୋଟ ୭୪ ମ୍ୟାଚ ମଧ୍ୟରୁ ୫୮ଟି ମ୍ୟାଚ ଶେଷ ହୋଇଛି । ଆଜି ୫୯ ତମ ମ୍ୟାଚ ଆରସିବି ଓ ଲକ୍ଷ୍ମୌ ମଧ୍ୟରେ ମ୍ୟାଚ ଖେଳାଯିବାକୁ ଥିବା ବେଳେ, ତା ପୂର୍ବରୁ ଏହି ଟି ଟ୍ବେଣ୍ଟି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି । ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଥିବା ପଞ୍ଜାବ ଏବଂ ଦିଲ୍ଲୀ ମ୍ୟାଚ୍କୁ ଅଧାରୁ ବନ୍ଦ କରାଯାଇଥିଲା ।