ମିଗ୍‌‌ଜୋମ ର ପ୍ରଭାବ ଓଡିଶାରେ ନାହିଁ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବାତ୍ୟା ମିଚାଉଙ୍ଗ ର ବିଶେଷ ପ୍ରଭାବ ଓଡିଶା ଉପରେ ପଡିବ ନାହିଁ। ଏନେଇ ସୂଚନା ଦେଇଛନ୍ତି ଆଇଏମ୍‌‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ବାତ୍ୟା ମିଗଜୋମ୍‌‌ ଡିସେମ୍ବର ୫ରେ ଆନ୍ଧ୍ର ବାପାଟ୍‌‌ଲାରେ ଉପକୂଳ ଛୁଇଁବ। ସ୍ଥଳଭାଗ ଛୁଇଁ ଉପକୂଳରେ ସମାନ୍ତରାଳ ଭାବେ ଗତି କରିବ। ଦକ୍ଷିଣ ଓଡିଶାରେ ଏହା ପହଞ୍ଚିଲା ବେଳକୁ ଦୁର୍ବଳ ହୋଇସାରିଥିବ। ଫଳରେ ଦକ୍ଷିଣ,ଆଭ୍ୟନ୍ତର ଓଡିଶାରେ ପବନ କମ୍‌‌ ମାତ୍ର ପ୍ରବଳ ବର୍ଷା ହେବ। ୪ ତାରିଖ ରାତିରୁ ଦକ୍ଷିଣ ଓଡିଶାରେ ବର୍ଷା ଆରମ୍ଭ ହୋଇଯିବ। ୫ରୁ ବର୍ଷା ବଢିବା ସହ ୫ରେ କିଛି ସ୍ଥାନରେ ଓ ୬ ତାରିଖରେ ପ୍ରବଳ ବର୍ଷା ହେବ। ମାତ୍ର ପବନ ଅଧିକ ହେବ ନାହିଁ। ଓଡିଶାରେ ୩୫ରୁ ୪୫ କିମି ବେଗରେ ପବନ ବହିପାରେ। ବର୍ଷା ଓ ପବନ ଯୋଗୁଁ ପାଚିଲା ଧାନ ଓ ପରିବା ନଷ୍ଟ ହେବାର ସମ୍ଭାବନା ରହିଛି। ମତ୍ସ୍ୟଜୀବୀମାନେ ୬ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଅନ୍ୟପଟେ ସମ୍ଭାବ୍ୟ ବର୍ଷା ଏବଂ ବାତ୍ୟାକୁ ନେଇ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସେ କହିଛନ୍ତି, ଛୋଟ ଧରଣର ବାତ୍ୟାକୁ ଆଖି ଆଗରେ ରଖି ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଯୋଗାଣ ବିଭାଗ ପକ୍ଷରୁ ମଣ୍ଡିରେ ଥିବା ଅଫିସରମାନଙ୍କ ସହ ଯୋଗାଯୋଗ କରାଯାଇଛି। କୌଣସି ଚାଷୀ କିପରି ହଇରାଣ ନ ହେବେ ସେ ନେଇ ବିଭାଗୀୟ ସଚିବ ସବୁ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here