କାହିଁକି ବନ୍ଦ ହେଲା ଯୁଦ୍ଧ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- କାହିଁକି ବନ୍ଦ ହେଲା ଯୁଦ୍ଧ ? କାହିଁକି ହେଲା ଅସ୍ତ୍ର ବିରତି ? କାହିଁକି ପାକିସ୍ତାନ ନିଜକୁ ପଛକୁ ଫେରାଇନେଲା ? କାହିଁକି ସବୁ ସୁଯୋଗ ଥାଇ ବି ଭାରତ ପାକିସ୍ତାନକୁ ଛାଡ଼ିଦେଲା ? ଏହି ପ୍ରଶ୍ନ ଏବେ ସବୁଠି ଉଙ୍କିମାରୁଛି । ଏହା ନିସନ୍ଦେହ ଯେ ମୋଦିଙ୍କ ଆଭିମୁଖ୍ୟ ମହାନ । ହେଲେ ଏ ବ୍ୟତିକ୍ରମ କାହିଁକି ? ଯେତେବେଳେ ସେନା ପ୍ରସ୍ତୁତ ଥିଲା, ପାକିସ୍ତାନକୁ ଦଖଲ କରିବା ପାଇଁ ବେଶୀ ସମୟ ବି ନଥିଲା, ସବୁ ଦିଗରୁ ପାକିସ୍ତାନ ହାତ ଟେକିଦେବା ସ୍ଥିତିକୁ ଆସିଥିଲା । ଠିକ ଏହି ସମୟରେ କାହିଁକି ଅସ୍ତ୍ର ବିରତି ଘୋଷଣା ହେଲା ? କଣ ରହିଛି ଏହା ପଛର କାରଣ ? ଏହା ପଛରେ ଅସ୍ତ୍ରଶସ୍ତ୍ର ଡ଼ିଲ କାରଣ ନୁହେଁ ତ ?  ଟିକେ ନଜର ପକେଇଦେବା ଭାରତ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ସ୍ଥିତି ଉପରେ । ଏହି ସ୍ଥିତିରେ ପାକିସ୍ତାନ ପଟରେ ଛିଡ଼ା ହୋଇଥିଲା ଚୀନ । ଚାଇନାର ଫାଇଟର ଜେଟ ହେଉ ବା ଏୟାର ଡିଫେନ୍ସ ସିଷ୍ଟମ ଏବଂ ମିସାଇଲ ସବୁ କିଛି ପାକିସ୍ତାନ ହିଁ ବ୍ୟବହାର କରୁଥିଲା । ହେଲେ ଗୋଟିଏ ପରେ ଗୋଟିଏ ଚାଇନା ମିସାଇଲ କାମ କଲା ନାହିଁ, ଭାରତରେ ଏହା କେବଳ ପଡ଼ିରହିଲା । ଚାଇନାର ଫାଇଟର ଜେଟ କୁ ଭାରତ କିଛି କ୍ଷଣ ମଧ୍ୟରେ ଧ୍ୱଂସ କରିଦେଲା । ଆଉ ଚାଇନାର ଏୟାର ଡିଫେନ୍ସ ସିଷ୍ଟମ କାମ କଲାନାହିଁ।ଭାରତ ପାକିସ୍ତାନର ବିଭିନ୍ନ ଜାଗାରେ ହଙ୍ଗାମା କରିଦେଲା । ଦୋହଲାଇ ଦେଲା ପୁରା ପାକିସ୍ତାନକୁ ।

 

ଆନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ବଜାରରେ ଚାଇନାର ପୁରା ନାକ କଟିଗଲା । ଚାଇନା ପୁରା ବେଜିତ ହୋଇଯାଇଛି ବିଶ୍ୱ ଆଗରେ । ନିଜକୁ ଅନ୍ୟ ତମ ବୃହତ ଶକ୍ତି ଦେଖାଉଥିବା ଚାଇନା ଶେଷରେ ଜାଣିପାରିଲା ଭାରତ ଠୁ ସେ ଶକ୍ତିଶାଳୀ ନୁହେଁ । ନିଜର ପୋଡ଼ିଯାଉଥିବା ମୁହଁକୁ ବଞ୍ଚେଇବା ପାଇଁ ଜିନପିଙ୍ଗ ପାକିସ୍ତାନ ଉପରେ କାଳେ ଚାପ ପକାଇଛନ୍ତି । ଯୁଦ୍ଧ ବନ୍ଦ କରିଦିଅ ନ ହେଲେ କିଛି ବି ଅସ୍ତ୍ର ଦବୁନି । ଚାଇନାରେ ଚାପରେ ପାକିସ୍ତାନ ନିଜକୁ ଭୀରୁ ବୋଲି ମାନିନେଲା । ଆମେରିକା ବି କାଳେ ଚାପ ପକେଇଥିଲା ।ଆମେରିକାରୁ ପାକିସ୍ତାନ ଆଣିଥିବା ଅସ୍ତ୍ରକୁ ବି ଭାରତ ଅକାମୀ କରିଦେଲା । ତେଣୁ ଆମେରିକା ଚାହିଁଲାନି ବିଶ୍ୱ ଦରବାର ରେ ଭାରତ ଠୁ ସେ ପଛରେ ପଡ଼ୁ ।ପାକିସ୍ତାନର ସେନା ବାହିନୀ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିଲେ । କିନ୍ତୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେୱାଜ ସରିଫ ପଛକୁ ହଟିଲେ ବୋଲି କହିଲେ । ଠିକ ସେମିତି କିଛି ଭାରତରେ ବି ଗନ୍ଧ ବାହାରୁଛି । ଭାରତର S – 400 ସୁଦର୍ଶନ ଚକ୍ର ଋଷରୁ ଆଣିଛି । ଭାରତ ଚାଇନା ଅସ୍ତ୍ରକୁ ନିମିଷକେ ମାଟିରେ ମିଶେଇ ଦେଇଛି । ଭାରତର ରାଫେଲକୁ ରୋକିବା ପାଇଁ ଚାଇନା ସଫଳ ହୋଇନାହିଁ । ଅନ୍ୟପକ୍ଷରେ ଆମେରିକା ଠାରୁ କିଣିଥିବା ପାକିସ୍ତାନ ଅସ୍ତ୍ର ବି କାମ ଦେଲା ନାହିଁ ଭାରତ କ୍ଷେତ୍ରରେ । ଏଠାରେ ଆମେରିକାର ଅସ୍ତ୍ରଶସ୍ତ୍ର ପ୍ରତିପତ୍ତି ବି ବାଜିରେ ଲାଗିଗଲା । ତେଣୁ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ବା ସାମରିକ ଶକ୍ତି ଥିବା ଆମେରିକାର ଅସ୍ତ୍ରଶସ୍ତ୍ର କାମରେ ଲାଗୁନାହିଁ ଏକଥା ହଜମ କେହି କରିପାରୁନାହାନ୍ତି ।ଆମେରିକା ବି ନିଜର ଭାବମୂର୍ତ୍ତିକୁ ବଞ୍ଚେଇବା ପାଇଁ ବା ପତିଆରାକୁ ରକ୍ଷା କରିବା ପାଇଁ ଭାରତ ଉପରେ ବଡ଼ ଚାପ ପକାଇଛି । ସେଥିପାଇଁ ଭାରତ ଏଥର ପାକିସ୍ତାନଠୁ ଜିତିବା ପାଇଁ ସବୁ ସୁଯୋଗ ଥିଲେ ବି ଶେଷ ମୁହୂର୍ତ୍ତରେ କାଳେ ବନ୍ଦ କରିଦେଇଛି ଯୁଦ୍ଧ । ଆଉ ସହମତି ହୋଇଛି ଅସ୍ତ୍ର ବିରତିରେ । ଉଭୟ ପ୍ରସଙ୍ଗ ଭାରତ ପାକିସ୍ତାନ ପାଇଁ ଯେତେ ହାନିକାରକ ସାରା ବିଶ୍ୱ ପାଇଁ ସେତିକି ମାରାତ୍ମକ । ଏ ଦିଗରେ ସରକାର ଚିନ୍ତା କରିବା ଦରକାର । ଭାରତ ବର୍ତ୍ତମାନ ଅନ୍ୟତମ ମହାନ ଶକ୍ତି ହେବାର ସୁଯୋଗ ଆସିଛି । ଏ ସୁଯୋଗକୁ ଏଠି ଛାଡ଼ିଲେ, ଆମେରିକା ଚାପରେ ନରମିଲେ ଭାରତ ତାର ଶକ୍ତି ହେବାର ପରିଚୟ ପାଇ ନ ପାରେ । ଏ ଦିଗକୁ ମୋଦି ନିଶ୍ଚିତ ବିଚାର କରୁଥିବେ । ଦେଖାଯାଉ ମୋଦିଙ୍କର ଆଗାମୀ ପଦକ୍ଷେପ କଣ ହେଉଛି ।

LEAVE A REPLY

Please enter your comment!
Please enter your name here